ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଫାଇଲେରିଆ ନିରାକରଣ ନିମନ୍ତେ ଚଳିତ ମାସ ଦଶ ତାରିଖରୁ 19 ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ I ଏହି ଅବସରରେ ଗୋବରା ଅଞ୍ଚଳରେ ସ୍ଵେଚ୍ଛାସେବୀ ଶିବରାମ ରାଊତଙ୍କ ସଂଯୋଜନାରେ ସାମୂହିକ ଔଷଧ ସେବନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି I ଆଜି ଗୋବରା ସମବାୟ ସମିତି କାର୍ଯ୍ୟାଳୟରେ ମଣ୍ଡି ପଞ୍ଜିକରଣ ପାଇଁ ଅଞ୍ଚଳର ବହୁ ଚାଷୀ ଉପସ୍ଥିତ ଥିଲେ I ଏହି ଅବସରରେ ସ୍ଥାନୀୟ ଚାଷୀଙ୍କୁ ସେବା ସମବାୟ ସମିତି କାର୍ଯ୍ୟାଳୟରେ ସାମୂହିକ ଔଷଧ ସେବନ ନିମନ୍ତେ ସଚେତନ କରାଯାଇଥିଲା I କାର୍ଯ୍ୟକ୍ରମରେ ଗୋବରା ସେବା ସମବାୟ ସମିତି ରୋହିତ କୁମାର ଭୂୟାଁ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,ଡିଇଓ ସଙ୍ଗୀତା ସିୟ,ବରିଷ୍ଠ ଚାଷୀ କାର୍ତ୍ତିକେଶ୍ୱର ପାତ୍ର, ନନ୍ଦିନୀ ମଲ୍ଲ, ଅଲେଖ ଚନ୍ଦ୍ର ନାୟକ,ଶିକ୍ଷାବିତ ରାମକୃଷ୍ଣ ପାତ୍ର, ସେବା ସମବାୟ ସମିତି କର୍ମାଚରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଉପସ୍ଥିତରହି ସରକାରଙ୍କ ଦ୍ୱାରା ବିତରଣ କରାଯାଉଥିବା ଔଷଧକୁ ନଷ୍ଟ ନକରି ନିର୍ଭୟରେ ଖାଇବା ପାଇଁ ପରାମର୍ଶ ଦେଇଥିଲେ I ସେହିପରି ପ୍ରଧାନ ଶିକ୍ଷକ କୁମୁଦ ଚନ୍ଦ୍ର ବରାଡଙ୍କ ତତ୍ତ୍ୱାବଧାନରେ ଡେଙ୍ଗା ପଦର ଉଚ୍ଚ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ରବି ନାରାୟଣ ଗୌଡ଼ଙ୍କ ନେତୃତ୍ୱରେ ବାସୁଦେବପୁର ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରଧାନ ଶିକ୍ଷକ ମନୋଜ କୁମାର ଘଡ଼େଇଙ୍କ ତତ୍ତ୍ୱାବଧାନରେ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଛାତ୍ରଛାତ୍ରୀଙ୍କୁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମକୁ ଶତପ୍ରତିଶତ ସଫଳ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା I
Sign in
Sign in
Recover your password.
A password will be e-mailed to you.