(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ଗତ ଜୁଲାଇ ୨୮ ତାରିଖ ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଛିଡ଼ା ହୋଇଥିବା କାଉଡ଼ିଆ ଦଳ ଉପରକୁ ଦ୍ରୁତ ଗତିରେ ଏକ କାର ଆସି ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ୨୨ ବର୍ଷୀୟା ଯୁବତୀ ଚିନ୍ମୟୀ ବେହେରାଙ୍କର ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ହୋଇ ଜ୍ୟୋତିପ୍ରକାଶ ରାଉତ କଟକ ବଡ଼ ମେଡ଼ିକାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାରେ ବ୍ୟାପକ ଅବହେଳା ଯୋଗୁଁ ୧୦ ଦିନ ପରେ ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ହୋଇଛି l ଜ୍ୟୋତିପ୍ରକାଶ ବାପା ମାଆଙ୍କର ଏକମାତ୍ର ପୁତ୍ର ହେବା ସହିତ ଚଳିତ ବର୍ଷ ମାଟ୍ରିକ ପାସ କରି ଉଚ୍ଚ ଶିକ୍ଷା ନିମନ୍ତେ କଟକର ଏକ ଘରୋଇ କଲେଜରେ ନାମ ଲେଖାଇଥିଲେ। ହଷ୍ଟେଲରେ ରହୁଥିବା ବେଳେ ଜଳାଭିଷେକ ପାଇଁ ସେ ଘରକୁ ଆସିଥିଲେ । ତାଙ୍କର ମୃତ୍ୟୁରେ ବାପ ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି l ଏ ଅଞ୍ଚଳରେ ମଧ୍ୟ ଶୋକର ବାତାବରଣ ଦେଖାଯାଇଛି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମ୍ପୃକ୍ତ କାଉଡ଼ିଆ ଦଳ ଓ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ର ଯୁବକ ଏକ ବାଇକ ଶୋଭାଯାତ୍ରାରେ ଜ୍ୟୋତିପ୍ରକାଶଙ୍କ ମର ଶରୀରକୁ ବାସଭବନକୁ ନେଇ ଆସିଥିଲେ l ଶୋକାକୂଳ ପରିବେଶରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ସମ୍ପର୍କୀୟ ଭାଇ ଶକ୍ତିପ୍ରସାଦ ରାଉତ ମୁଖାଗ୍ନୀ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post