ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ସଞ୍ଜୟ କୁମାର ପାଢୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ର ସଦସ୍ୟା ସୁଗ୍ୟାନି ବେହେରା ମଞ୍ଚାଶିନ ଥିଲେ।ମୁଖ୍ୟ ଅତିଥି ଜ୍ଞାନ ବିଜ୍ଞାନ ମେଳା ର ଆନୁଷ୍ଠାନିକ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ବିଜ୍ଞାନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ବୈଜ୍ଞାନିକ ମନୋବୃତି ଦ୍ଵାରା ଦେଶର ବିକାଶ ସମ୍ଭବ ବୋଲି କହିଥିଲେ। ଜ୍ଞାନ ବିଜ୍ଞାନ ମେଳା ଦ୍ଵାରା ଶିଶୁ ପ୍ରତିଭା ଉନ୍ମୋଚନ ହୋଇଥାଏ ବୋଲି କହିଥିଲେ। ଏହି ଅବସରରେ ଶିଶୁ ଓ ବାଲ ବର୍ଗର ୩୨ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ଦେଖିବା ପାଇଁ ଛାତ୍ରଛାତ୍ରୀ,ଅଭିଭାବକ ଓ ବିଜ୍ଞାନ ପ୍ରେମୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ବିଦେଶି ମହାଙ୍କୁଡ ଓ କୁଳେଶ୍ୱର ମାଝୀ ବିଚାରକ ଭାବେ ଯୋଗ ଦେଇଥିଲେ। ଏଥିରେ ବାଲ ବର୍ଗର ଅଭିନବ ପାତ୍ର , ଶିଶୁ ବର୍ଗର କ୍ଷୀରୋଦ ଚନ୍ଦ୍ର ମାଝୀ,ଅବନ୍ତିକା ସ୍ବାଇଁ, ପ୍ରିୟତୋଷ ଦାଶ ଓ ମନୀଷ ବାରିକ ଆଗାମି ୧୦ ତାରିଖରେ ଜାମରୁଣ୍ଡା ଠାରେ ଅନୁଷ୍ଠିତ ହେବାକୁ ଥିବା ସଙ୍କୁଳ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ମନୋନୀତ ହୋଇଥିଲେ। ଅପରାହ୍ନରେ ଜ୍ଞାନ ବିଜ୍ଞାନ ମେଳାରେ ଚୟନ ହୋଇଥିବା ତଥା ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ଶେଷରେ ପ୍ରଦୀପ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ବିଜ୍ଞାନ ପ୍ରମୁଖ ଲିଲି ସାହୁ ଓ ଅଞ୍ଜଳି ଜେନା। ଅନ୍ୟ ମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ଗୁରୁଜୀ, ଆଶିଷ ଗୁରୁଜୀ, ବିଶ୍ଵ ଗୁରୁଜୀ ସହ ଶିଶୁ ମନ୍ଦିର ର ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.