ଜଗତସିଂହପୁର ତା-07/08/2024 ସୁମନ୍ତ କୁମାର ଦାସ: କୁଜଙ୍ଗ ଅଗପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ପ୍ରତି ବିଲ ହୁଡାରେ ଗଛ ଲଗାଇବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗପାଳ ପଞ୍ଚାୟତର ସରପଞ୍ଚ ଶ୍ରୀ ବିପିନ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୃକ୍ଷରୋପଣ ଶିବିରକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଭୁବନେଶ୍ୱରର କୃଷି ବନୀକରଣ ବିଭାଗର ବରିଷ୍ଠ ବୈଜ୍ଞାନିକ ଡଃ ସୁବାଷ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ। ବୈଜ୍ଞାନିକ ଡଃ ମାନସ ରଞ୍ଜନ ନାୟକ ଓ କୃଷି ବିଜ୍ଞାନ କେନ୍ଦ୍ର ନିମକଣାର ବୈଜ୍ଞାନିକ ଡଃ ଦ୍ବାରିକା ମୋହନ ଦାସ ପ୍ରମୂଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀଙ୍କୁ କୃଷି ବନୀକରଣର ଲାଭ, ଚାଷଜମି ହୁଡାରେ ବୃକ୍ଷର ଉପଯୋଗିତା ବିଷୟରେ ଉଦବୋଧନ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଚାଷଜମି ହୁଡାରେ ସରପଞ୍ଚ , ନାୟବ ସରପଞ୍ଚ ଓ ଅତିଥିମାନେ ନଡ଼ିଆ ଚାରାରୋପଣ କରିଥିଲେ। ଏହି ବିଶେଷ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିବା ସତୁରୀ (୭୦) ରୁ ଅଧିକ ଗଛପ୍ରେମୀ ପୁରୁଷ ଓ ମହିଳାଙ୍କୁ ତିନିଶହ (୩୦୦) ନଡ଼ିଆ, ଗୁଆ, ଆମ୍ବ, ଲେମ୍ବୁ ଇତ୍ୟାଦି ଫଳଗଛର ଉନ୍ନତ କିସମର ଚାରା କୃଷି ବନୀକରଣ ବିଭାଗ ତରଫରୁ ବଣ୍ଟନ କରାଯାଇଥିଲା
Sign in
Sign in
Recover your password.
A password will be e-mailed to you.
Next Post