ଭଞ୍ଜନଗର ଥାନାରେ ମେଗା ରକ୍ତଦାନ ଶିବିର ରେ ୧୪୦ ୟୁନିଟ୍ ସଂଗ୍ରହ

5

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ଅଗଷ୍ଟ ମାସ ୭ ତାରିଖ ୨୦୨୪ ବୁଧବାର ଦିନ ଭଞ୍ଜନଗର ଥାନା ପରିସରରେ ଭଞ୍ଜନଗର ପୋଲିସ୍ ସମିତି ପକ୍ଷରୁ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ରେର୍କଡ ସଂଖ୍ୟକ ୧୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏମାନଙ୍କ ମଧ୍ୟରେ ୪ ଜଣ ମହିଳା ମଧ୍ୟ ରକ୍ତାଦାନ କରିଛନ୍ତି। ଥାନା ଅଧିକାରୀ ଶ୍ରୀ କୁମାର ମୁଦୁଲିଙ୍କ ପୌରହିତ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଏସ୍ଡିପିଓ ଶ୍ରୀଯୁକ୍ତ ସୁଜିତ ନାୟକ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ପୁଲିସ୍ କର୍ମଚାରୀଙ୍କ ସମେତ ବିଭିନ୍ନ ସଙ୍ଗଠନ ଓ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ସଦସ୍ୟ ରକ୍ତଦାନ କରିଥିଲେ।
ଏଥିରେ ସାମ୍ବାଦିକ ପ୍ରତିନିଧି ବିଶ୍ବମ୍ବର ଜେନା, ଉଦୟନାଥ ପଣ୍ଡା, ପ୍ରଦିପ କୁମାର ସ୍ବାଇଁ, ଲୋକନାଥ କର, ଜୟକୃଷ୍ଣ ପଟ୍ଟନାୟକ ଙ୍କ ସହିତ ଏସ୍ଆଇ କେଶବ ଷଢଙ୍ଗି,ଏସ୍ଆଇ ଜ୍ୟୋତ୍ସାମୟୀ ସାହୁ,ଏଏସ୍ଆଇ ସୁଶାନ୍ତ କୁମାର ପଟ୍ଟନାୟକ,ଶରତ ଚନ୍ଦ୍ର ପଣ୍ଡା,ରୁଦ୍ର ପ୍ରସାଦ କହଁର,ହେମନ୍ତ କୁମାର ରାଓ,ଆର୍ ବୁଟୁ,ସନ୍ତୋଷ କୁମାର ନାୟକ,ଲୋକନାଥ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ସାମ୍ବାଦିକ ମନୋଜ ଗୌଡ ପ୍ରଥମେ ରକ୍ତଦାନ କରିଥିବା ବେଳେ କିରଣା ବ୍ୟବସାୟୀ ସଂଘ ସଭାପତି ଗୌରୀ ଶଙ୍କର ପାତ୍ର,ଏଏସ୍ଆଇ ସତ୍ୟନାରାୟଣ ମଲ୍ଲିକ,ସୁରେଶ ସେନାପତି,ଦିବ୍ୟସିଂ ପ୍ରଧାନ,ଶିବରାମ ପ୍ରଧାନ,ଅନୀଲ ବିଶ୍ବାଳ,ଗଙ୍ଗାଧର ପ୍ରଧାନ,ସଞ୍ଜୟ ପରିଡା ପ୍ରମୁଖ ରକ୍ତଦାନ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ। ରକ୍ତଦାନ ଶିବିରରେ ଆମ ପୁଲିସ୍ ସଦସ୍ୟ କୃତ୍ତିବାସ ବିଶ୍ବାଳ,ସନ୍ତୋଷ ଜେନା,ଅନୁପମ ବାନାର୍ଜି,ଡ.ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ,ଜଗବନ୍ଧୁ ଜେନା,ବିଷ୍ଣୁପ୍ରିୟା ସେନାପତି,ଗୀତା ସୁବୁଦ୍ଧି,ସରପଞ୍ଚ ପ୍ରତିନିଧି ସୁବାଷ ବରାଡ ପ୍ରମୁଖ ସାମିଲ ହୋଇଥିଲେ। ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା,ପ୍ରଦିପ କୁମାର ଜେନା ପ୍ରମୁଖ ପରିଚାଳନାରେ କରିଥିଲେ।
ପୁଲିସ୍ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଆବଶ୍ୟକ ସମୟରେ ରକ୍ତଦାନ ଭଳି ମହାନ୍ କାର୍ଯ୍ୟ କରୁଥିବାରୁ ରକ୍ତଦାନ କ୍ଷେତ୍ରରେ ପୁଲିସ୍ ଓ ଆମ ଓଡ଼ିଶାର ଭୂମିକାକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ସମେତ ବିପଦର ବନ୍ଧୁ ସ୍ବେଚ୍ଛାସେବୀ ଅନୁଷ୍ଠାନ,ନରେଶ ଫୁଟବଲ୍ କ୍ଳବ ସଦସ୍ୟ,ସରକାରୀ ଆଇଟିଆଇ, କେଏସ୍ୟୁବି କଲେଜର ଛାତ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତର ଓ ଏନ୍ଏସିର ବହୁ ଯୁବକ ମାନେ ସାମିଲ ହୋଇଥିଲେ। ରକ୍ତ ଭଣ୍ଡାର ପକ୍ଷରୁ ସୁରେନ୍ଦ୍ର ମହାପାତ୍ର,ଅନୀଲ କୁମାର ମାହାର,ବିପିନ୍ କୁମାର ପାଣିଗ୍ରାହୀ,ସୀମାଞ୍ଚଳ ସେଠୀ,ଚିତ୍ତ ରଞ୍ଜନ ଖଟୁଆ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।

Leave A Reply

Your email address will not be published.