ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟ ର ତୃତୀୟ ଅଧିଷ୍ଠାନ ଦିବସ

5

ରାଉରକେଲା(ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟ ର ତୃତୀୟ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ରୋଟ୍ରାକ୍ଟ ରିମ୍ ଝିମ୍ ନାୟକ, ଲିପ୍ସା ସିଂ ଓ ରିୟା ମୁଖାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୬୧ ର ଡିଜି ରୋଟାରୀଆନ ଅଖିଲ ମିଶ୍ର ମୁଖ୍ୟ ଅତିଥି, ସ୍ବତନ୍ତ୍ର ଅତିଥି ଭାବେ ଡିଜିଏନ୍ ରୋଟାରୀଆନ ଆଲାମ ସିଂ ରୁପ୍ରା ଓ ଆସିଷ୍ଟାଣ୍ଟ ଗଭର୍ଣ୍ଣର ରୋଟାରୀଆନ ଅର୍ଚ୍ଚନା ମହାନ୍ତି ଯୋଗ ଦେଇଥିଲେ। ଏହି ଅବସରରେ ଭାଇବ୍ରାଣ୍ଟ ର ବିଦାୟୀ ସଭାପତି ରୋଟାରୀଆନ ଗଣେଶ୍ୱର ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଡ଼ଃ ରୋଟାରୀଆନ ସଞ୍ଜୁକ୍ତା ପତି ନବନିଯୁକ୍ତ ସଭାପତି ରୋଟାରୀଆନ ପ୍ରଶାନ୍ତ ରଞ୍ଜନ ପାତ୍ର ଓ ସାଧାରଣ ସମ୍ପାଦକ ରୋଟାରୀଆନ ବସନ୍ତ କୁମାର ତନ୍ତୀ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ। ବିଦାୟୀ ସଭାପତି ଶ୍ରୀ ପଟ୍ଟନାୟକ ସ୍ବାଗତ ଭାଷଣ ସହ ବିଗତ ବର୍ଷର ଜନହିତକର କାର୍ଯ୍ୟ ଓ ବିଦାୟୀ ସମ୍ପାଦକ ଡ଼ଃ ପତି ୨୦୨୩ – ୨୪ ରେ ଅନୁଷ୍ଠାନ ତରଫରୁ ନିଆଯାଇଥବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର, ସ୍ବତନ୍ତ୍ର ଅତିଥି ଶ୍ରୀ ରୁପ୍ରା ଓ ଶ୍ରୀମତୀ ମହାନ୍ତି ପ୍ରମୁଖ ରୋଟାରୀ ର ମୂଳ ଲକ୍ଷ୍ୟ, ଆଭିମୁଖ୍ୟ, ରୋଟାରୀଆନ ମାନଙ୍କ ଦାୟିତ୍ୱ ଓ ସମାଜ ପ୍ରତି ପ୍ରତିବଦ୍ଧତା, ରୋଗରୁ ମୁକ୍ତି, ପ୍ରଦୂଷଣ, ଓ ରୋଟାରୀ ମାନେ ଜନସାଧାରଣ ରେ ଆସ୍ଥା ଭାଜନ ସହ ଦୟା ଓ କ୍ଷମା ଉପରେ ଗୁରୁତ୍ୱାରୋପ କରିଥିଲେ। ନୂତନ ସଭାପତି ରୋଟାରୀଆନ ପାତ୍ର ତାଙ୍କ ବକ୍ତବ୍ୟରେ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ତଥା ଏଥିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଅବସରରେ ନୂତନ ସଭ୍ୟ ଭାବେ ସବିତା ମହାନ୍ତି, ପିତାମ୍ବର ମହାନ୍ତି, ପ୍ରଦ୍ୟୁମ୍ନ ବିଶ୍ବାଳ, ରୀନା ମହାପାତ୍ର ଙ୍କୁ ଅତିଥି ମାନେ ରୋଟାରୀ ପିନ୍ ଦେଇ ସ୍ବାଗତ କରିବା ସହ ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ରୋଟାରୀଆନ ନିରୁପମା ପତି ବୈଦିକ ମନ୍ତ୍ର, ନୂତନ ସଭାପତି ଙ୍କ ପରିଚୟ ଓ ଶେଷରେ ଶାନ୍ତି ପାଠ କରିଥିଲେ। ଏହି ଅବସରରେ ସମାଜସେବୀ ଅନୁପମ ଗୁପ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆରମ୍ଭରେ ବିଶ୍ବ ଶାନ୍ତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନା ରେ ରୋଟାରୀଆନ ସର୍ବଶ୍ରୀ ଅଜିତ ମୋହନ ପୁଜାରୀ, ଅର୍ଚ୍ଚନା ଦେବତା, ଡ଼ଃ ମୀନତି ପଣ୍ଡା, ଅନିତା ନାୟକ,ଅସୀତ କୁମାର ଧୀର,ଅଶୋକ କୁମାର ମିଶ୍ର, ବିଶ୍ବନାଥ ମହାନ୍ତି,କାଜଲ ପାଢ଼ୀ, ପ୍ରଦୀପ କୁମାର ବିଶୋଇ, ରଜନୀକାନ୍ତ ବିଲୁଙ୍ଗ, ସନ୍ଦୀପ ସୋରେନ,ସରୋଜ କୁମାର ପାତ୍ର, ପିତାମ୍ବର ମହାନ୍ତି,ବିଘ୍ନେଶ ପତି, ବିବେକ ସ,ଡ କ୍ରିଷ୍ଣା ପରମାଣିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସ୍ପନ୍ଦନ କୁ ଉପସ୍ଥିତ ସମସ୍ତ ଅତିଥିଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

Leave A Reply

Your email address will not be published.