ଭୁବନେଶ୍ୱର: ଆମେରିକାର କନସୁଲେଟ୍ ଜେନେରାଲ୍ ମିସ ଜେନିଫର ଲାର୍ସନ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଓ ଆଲୋଚନା କରିଛନ୍ତିା ପ୍ରାରମ୍ଭରେ ନୂତନ ସରକାର ଗଠନ ନେଇ ମିସ୍ ଲାର୍ସନ ଅଭିବାଦନ ଜଣାଇଥିଲୋ ବୈଠକରେ ଶ୍ରୀ ସିଂହଦେଓ ଓଡ଼ିଶାର ଭୌଗୋଳିକ ଅବସ୍ଥିତି, ଖଣିଜ ସମ୍ପଦ, ଉର୍ବର ମାଟି ଓ ବିସ୍ତିର୍ଣ୍ଣ ବେଳାଭୂମି ବିଷୟରେ ମିସ ଲାର୍ସନଙ୍କୁ ଅବଗତ କରାଇଥିଲୋ ଓଡ଼ିଶାର ଏହି ପ୍ରାକୃତିକ ସମ୍ପଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ବିଦେଶୀ ନିବେଶକଙ୍କୁ ମଧ୍ୟ ନିବେଶ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବା ରାଜ୍ୟର ସଂସ୍କୃତି, ଐତିହ୍ୟ ଏବଂ ଜୈବବିବିଧତାସମୃଦ୍ଧ ସ୍ଥାନରେ ପର୍ଯ୍ୟଟନ ସମ୍ଭାବନାର ଅଭିବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛିା
ରାଜ୍ୟରେ ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଥିବାରୁ ସମୁଦ୍ରକୂଳକୁ ଗନ୍ତବ୍ୟସ୍ଥଳ ଓ ପରିବହନର ମାର୍ଗ ରୂପେ ପ୍ରତିଷ୍ଠା କରିବା ପାଇଁ ସରକାର ପ୍ରତିଶୃତିବଦ୍ଧା ଏହା ପାଇଁ ଚଳିତ ବର୍ଷ ବଜେଟ୍ ରେ ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରୀ ବିଶେଷ ରୂପେ ବ୍ୟୟ ବରାଦ କରିଛନ୍ତିା ଅନୁରୂପ ଭାବରେ, ବିଜୁଳି ଓ ଶକ୍ତି କ୍ଷେତ୍ରରେ ସୌର ଉର୍ଜାର ବ୍ୟବହାରକୁ ସରକାର ଅଧିକ ପ୍ରାଧାନ୍ୟ ଦେବା ସହ ବ୍ୟବହାର ଓ ଉତ୍ପାଦନ ପାଇଁ ପ୍ରୋତ୍ସାହିତ କରୁଛନ୍ତିା ଓଡ଼ିଶାର ଖାଦ୍ୟ ଉତ୍ପାଦନ ଓ ଏହାର ପ୍ରକ୍ରିୟାକରଣ, ରପ୍ତାନି, ସୂଚନା ଓ ପ୍ରଯୁକ୍ତି, ବୟନ ଶିଳ୍ପ, ଶିଳ୍ପ ପ୍ରତିଷ୍ଠାନ ଭଳି କ୍ଷେତ୍ରରେ ନିବେଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛିା ଶିଳ୍ପସଂସ୍ଥାମାନେ ନିବେଶ କରିବା ପାଇଁ ଏହାର ସୁଯୋଗ ନେଇପାରିବୋ ବିଦେଶୀ ପର୍ଯ୍ୟଟକ ଓ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ନିରନ୍ତର ଭିତ୍ତିଭୂମି ବିକାଶ, ନୂତନ ପର୍ଯ୍ୟଟନ କ୍ଷେତ୍ର ସୃଷ୍ଟି, ବିନିଯୋଗ ଉପଯୋଗୀ ଲ୍ୟାଣ୍ଡ ସର୍ଭେ, ସରକାରଙ୍କ ପ୍ରୋତ୍ସାହନ ନୀତି ଏବଂ ଯୋଜନାଭିତ୍ତିକ ନିବେଶକ ଇତ୍ୟାଦି ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଥିଲୋ ଏହା ଦ୍ୱାରା ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ସହିତ ଜଡ଼ିତ କ୍ଷେତ୍ରଗୁଡିକର ବିକାଶ ହେବ ଏବଂ ଯୋଗ୍ୟ ମାନବସମ୍ବଳ ସୃଷ୍ଟି ହେବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲୋ
ବୈଠକ ଶେଷରେ ମିସ ଲାର୍ସନ୍ ଶ୍ରୀ ସିଂହଦେଓଙ୍କୁ ଆମେରିକାର ସମସ୍ତ ନ୍ୟାସନାଲ ପାର୍କ ସମ୍ବନ୍ଧରେ ଉଲ୍ଲେଖ ଥିବା ଏକ ପୁସ୍ତକ ପ୍ରଦାନ କରିଥିଲେ ଏବଂ ଆମେରିକା ଓ ଓଡ଼ିଶା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିଲୋ ମିସ ଲାର୍ସନ୍ ପୂର୍ବରୁ ନେପାଳ, ଭୁଟାନ, ମାଳଦ୍ୱୀପ, ବାଂଲାଦେଶ ପାଇଁ ମଧ୍ୟ କାର୍ଯ୍ୟ କରି ସାରିଛନ୍ତିା ବୈଠକରେ ମିସ ଲାର୍ସନଙ୍କ ସହ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.