କେରଳ ଭୂସ୍ଖଳନ ରେ ପୀଡିତ ଡାକ୍ତର ସ୍ୱାଧୀନ ପଣ୍ଡା ଙ୍କ ସନ୍ଧାନ ପାଇଁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ର ନିରନ୍ତର ପ୍ରୟାସ

5

ଭୁବନେଶ୍ୱର, (୦୬ /୦୮) : କେରଳ ଭୂସ୍ଖଳନ ଘଟଣାରେ ପୀଡିତ ଡାକ୍ତର ସ୍ୱାଧୀନ ପଣ୍ଡା ଅଦ୍ୟାବିଧି ନିଖୋଜ ଅଛନ୍ତି। ତାଙ୍କର ଏଯାବତ୍‌ ସନ୍ଧାନ ମିଳିନଥିବାରୁ ଓଡ଼ିଶା ସରକାର ତଥା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ତରଫରୁ ନିରନ୍ତର ପ୍ରୟାସ ଚାଲିଛି। ତାଙ୍କର ସନ୍ଧାନ ପାଇଁ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ରେ କାର୍ଯ୍ୟରତ ଅଧିକାରୀ ଶ୍ରୀ ପ୍ରିତୀଶ ପଣ୍ଡା ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ କେରଳ ଗସ୍ତ କରିଛନ୍ତି। ଶ୍ରୀ ପ୍ରିତୀଶ ପଣ୍ଡା, ଡାକ୍ତର ସ୍ୱାଧୀନ ପଣ୍ଡା ଙ୍କ ସନ୍ଧାନ ନିମନ୍ତେ କେରଳ ସରକାର ଓ ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ଯୋଗାଯୋଗ କରି ଏ ସମ୍ପର୍କୀୟ ରିପୋର୍ଟ ଓଡ଼ିଶା ସରକାରଙ୍କୁ ପ୍ରଦାନ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଡାକ୍ତର ପଣ୍ଡା ଙ୍କ ଭଉଣୀ ଆଜି ଡ଼ି. ଏନ. ଏ ପରୀକ୍ଷା ପାଇଁ ରକ୍ତ ପ୍ରଦାନ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ଗତ ଜୁଲାଇ ୩୧ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଆଦେଶ କ୍ରମେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ କେରଳ ଗସ୍ତ କରିଥିଲେ। ସେଠାରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ପୀଡିତ ମାନଙ୍କୁ ସମସ୍ତ ସାହାଯ୍ୟ ଓ ସୁବିଧା ଯୋଗାଇ ଦେଇଥିଲେ। ବର୍ତ୍ତମାନ ସୁଧା ଓଡ଼ିଶା ସରକାର ଓ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ପ୍ରୟାସ ବଳରେ ମୃତ ଡାକ୍ତର ଶ୍ରୀ ବିଷ୍ଣୁ ପ୍ରସାଦ ଚିନାର ଙ୍କ ମୃତଦେହ ଓଡ଼ିଶାକୁ ଫେରି ଆସିଛି । ମୃତ ଡାକ୍ତର ଚିନାର ଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିୟଦର୍ଶିନୀ ପାଲ୍ ଡାକ୍ତରଖାନା ରୁ ଡିସ୍ଚାର୍ଜ ହେବା ପରେ ବିମାନ ଯୋଗେ ଓଡ଼ିଶାକୁ ଫେରିଆସିଛନ୍ତି । ପୀଡିତା ଡାକ୍ତର ସ୍ୱୀକୃତି ମହାପାତ୍ର ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ପୀଡିତ ମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ କହିଛନ୍ତି ଯେ, ପୀଡିତ ମାନଙ୍କୁ ଓଡ଼ିଶା ସରକାର ଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ସେମାନଙ୍କ ସହାୟତା ଓ ଥଇଥାନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆଦ୍ୟାବିଧି ୪ ଓଡ଼ିଆ ପୀଡିତ ଙ୍କ ମଧ୍ୟରୁ ଡାକ୍ତର ପଣ୍ଡା ଙ୍କ ସନ୍ଧାନ ପାଇଁ ଆମ ତରଫରୁ ନିରନ୍ତର ପ୍ରୟାସ ଚାଲିଛି।

Leave A Reply

Your email address will not be published.