ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ପ୍ରଥମ ଥର ରାଜ୍ୟରେ ଭାରତୀୟ ଜନତା ପାର୍ଟି ର ନୂତନ ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ୱରେ ଗଠନ ହେବାପରେ ପ୍ରଥମ ଥର ପାଇଁ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର |ଦିନିକିଆ ନୂଆପଡା ଗସ୍ତରେ ଆସି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମନ୍ତ୍ରୀ ଡ଼ କୃଷ୍ଣଚନ୍ଦ୍ର ମହାପାତ୍ର ନୂଆପଡା ଜିଲ୍ଲାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସ ଠାରେ ରିଫ୍ରେସ ହେବାପରେ ରାଜ୍ୟ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କିତ କାର୍ଯ୍ୟକ୍ରମରେ ରେ ଯୋଗଦେଇ ଏକାଧିକ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି |
ପ୍ରଥମେ ନୂଆପଡା ସଦର ମହୁକମା ଠାରେ 3 ଶହ ଆସନ ବିଶିଷ୍ଟ ମଲ୍ଟି ପରପଜ ହଲର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଏକ ସ୍ମାର୍ଟ ପାର୍କ ର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହିତ କଚ୍ଚା ପକ୍କା ରାସ୍ତା ଯୋଜନାରେ ନିର୍ମିତ ହୋଇଥିବା ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଏହାପରେ ଜିଲ୍ଲାପାଳ ଙ୍କ ସଦ୍ଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ବିଭିନ୍ନ ଯୋଜନା ଉପରେ ସମୀକ୍ଷା ବୈଠକ କରିଛନ୍ତି ।
ସେହିଭଳି ଆଗାମୀ ଦିନରେ ନୂଆପଡା ଜିଲ୍ଲାକୁ ଅତ୍ୟାଧୁନିକ ଜିଲ୍ଲା ଭାବରେ ପରିଗଣିତ କରି ବିକଶିତ ନୂଆପଡା ଗଠନ ହେବ ବୋଲି ପ୍ରକାଶ କରିଛନ୍ତି । ଲୋକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ଦେଇ ଆମ ସରକାର ରାସ୍ତା,ପାର୍କ, ଡ୍ରେନେଜ, ବିଶୁଦ୍ଧ ପାନୀୟଜଳ, ସହରୀ ଉନ୍ନତି କରଣ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି । ଓଡ଼ିଶାରେ ମୋହନ ମାଝୀ ସରକାର କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର, ଡବଲ ଇଞ୍ଜିନ ସରକାର ଗଠନ ହୋଇଛି | ଡବଲ ସ୍ପୀଡି ରେମଧ୍ୟ କାମହେବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ପରିପେକ୍ଷିରେ ମନ୍ତ୍ରୀଙ୍କ ଗସ୍ତ କାଳ କୁ ନେଇ ଭାଜପା ନେତା କର୍ମୀ ମହଲରେ ବେଶ ଉତ୍ସାହ ଦେଖାଦେଇଛି । ମନ୍ତ୍ରୀ ଙ୍କ ସହିତ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ରହିଥିବା ବେଳେ ଏକ ସାଧାରଣ ସଭାରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ଭାଜପା ଜିଲ୍ଲା ସଭାପତି ସୁବ୍ରତ ଠାକୁର,ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି,ନୂଆପଡ଼ା, ଖରୀଆର ରୋଡ଼ ଏନଏସି ଚେୟାରମ୍ୟାନ ମହମ୍ମଦ ଆଦମ ଏବଂ ସୋନିଆ ଜୈନ ପ୍ରମୁଖ ଉପସ୍ଥିତ ରହିଥିଲେ ।