ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ

6

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ସଦରମହକୁମା ରୋଟାରୀ କ୍ଲବ ଆନୁକୁଲ୍ୟରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି। ରୋଟାରୀ ସଭାପତି ଶ୍ରୀକାନ୍ତ ଖଟେଇ ଏବଂ ସମ୍ପାଦକ ଅବିନାଶ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ। ସାମ୍ବାଦିକଙ୍କ କର୍ମମୟ ଜୀବନ, ସଂଘର୍ଷ ଓ ସରକାରଙ୍କ ଉଦାସୀନତା ସମ୍ପର୍କରେ ଅତିଥି ଓ ଉପସ୍ଥିତ ସାମ୍ବାଦିକମାନେ ଆଲୋଚନା କରିଥିଲେ। ରୋଟାରୀ କ୍ଲବ ପକ୍ଷରୁ ଜିଲ୍ଲା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ଭବନ ସଭାପତି ବୈଦ୍ୟ ଭୂଷଣ ମହାପାତ୍ର, ପ୍ରଦୀପ୍ତ ରଥ, ସୁବାସ ମହାପାତ୍ର, ଜୟେନ୍ଦ୍ର ବେହେରା ପ୍ରମୁଖ ସାମ୍ବାଦିକତାକୁ ନେଇ ରହିଥିବା ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ରୋଟରିଆନ ଆରିଫ୍ ଖାନ, ଶ୍ରୀଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.