ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ରବିବାର) ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ପହଞ୍ଚିଥିଲେ। କୋରାପୁଟ ଏବଂ ରାୟଗଡା ଜିଲ୍ଲା ଗ୍ରସ୍ତ ସାରି ନିର୍ବାଚନ ପରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଗଜପତି ଜିଲ୍ଲାକୁ ଏହା ତାଙ୍କର ପ୍ରଥମ ଗସ୍ତ।
ପାରଳାଖେମୁଣ୍ଡି ସର୍କିଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ଏ ବିଜେପି ସରକାର ଆସିବା ପୂର୍ବରୁ ଯେଉଁ ସବୁ କରିବା ପାଇଁ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା , ତାହା ଅକ୍ଷର ସହ ପାଳନ କରିବୁ। ଓଡ଼ିଶାର ଲୋକେ ବିଜେପିକୁ ଦୀର୍ଘ ୭୫ ବର୍ଷ ପରେ ଏକାକୀ ସରକାର ଦେଇଛନ୍ତି , ଏହା କେବଳ ଓଡ଼ିଶା ବାସୀଙ୍କ ବିଜେପି ପ୍ରତି ଅକୁଣ୍ଠ ସହଯୋଗ , ଶୁଭେଚ୍ଛା ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି , ତେଣୁ ଓଡ଼ିଶା ବାସୀଙ୍କ ବିଶ୍ୱାସ ଓ ଭରସାକୁ ଆମେ ସମ୍ମାନ ଦେବୁ ବୋଲି କହିଥିଲେ।
ଓଡ଼ିଶା ନିର୍ବାଚନ ଫଳାଫଳରେ ଆମେ ବିଜୟୀ ହେବା ପରେ ଗତ ୧୨ ତାରିଖରେ ଆମେ ଶପଥ ନେବା ୧ ଘଣ୍ଟା ପରେ ଯେଉଁ ପ୍ରଥମ କେବିନେଟ ମିଟିଂ ହୋଇଥିଲା ଏବଂ ଆମର ସଂକଳ୍ପ ପତ୍ରରେ ଉଲ୍ଲେଖ ଥିବା ୪ ଟି ସଂକଳ୍ପ ପୁରାଣ ନିଷ୍ପତ୍ତିର ଅନୁମୋଦନ ହୋଇଥିଲା , ଯେ ପୁରୀ ଜଗନ୍ନାଥ ମନ୍ଦିରର ୪ ଟି ଦ୍ଵାରା ଖୋଲାଯିବ , ରତ୍ନଭଣ୍ଡାର ଚାବି ଖୋଲାଯିବ , କଟନି ଛଟନି ନ ହୋଇ ଚାଷୀଙ୍କ ସବୁ ଧାନ ବସ୍ତା ପିଛା ୩୧ ଶହ ଟଙ୍କାରେ କିଣାଯିବା ସହ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବ ଏବଂ ପରେ ୮ଶହ ଟଙ୍କା ଏକ୍ସ୍ତ୍ରା ବନସ ମିଳିବ । ମାଆ ଭଉଣୀ ମାନଙ୍କ ସ୍ୱାବଲମ୍ବୀ ହେବା ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ଏ ସବୁ ଅନୁମୋଦିତ ହୋଇଥିବା କହିଥିଲେ।
ଶ୍ରୀ ସାମଲ କହିଥିଲେ ଯେ , ବିକାଶକୁ ଆଧାର କରି ବଜେଟରେ ୧୫ ପ୍ରତିଶତ ବୃଦ୍ଧି କରାଯାଇ ଏବଂ ସବୁ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବଜେଟ ବ୍ୟବସ୍ଥା କରାଯାଇଛି। କୃଷକ ମାନଙ୍କ ସୁବିଧା ପାଇଁ ସବୁ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରାଯିବ ଏବଂ ଅଚଳ ଶୀତଳଭଣ୍ଡାର କୁ ସଚଳ କରାଯିବ। ଜଳସେଚନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନା ଏବଂ ଓଡ଼ିଶା ବଜେଟ ମିଳିତରେ ବଡ଼ ପ୍ୟାକେଜ ବ୍ୟବସ୍ଥା କରାଯିବ। କିଶନ ସମ୍ମାନ ନିଧି ଯୋଜନାରେ ଯେଉଁ ଚାଷୀ ମାନେ ବଞ୍ଚିତ ଅଛନ୍ତି , ସେହି ଚାଷୀ ମାନଙ୍କୁ ଏହି ଯୋଜନାରେ ଯୋଡାଯିବ । ଏଥି ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହାୟତାରେ ଓଡ଼ିଶାର ୨୫ ଲକ୍ଷ ମହିଳା ଯୁବତୀଙ୍କୁ ଲକ୍ଷ ପତି ଦିଦି କରାଯିବା ଲକ୍ଷ୍ୟଧାର୍ଯ୍ୟ ରହିଛି । ଅନ୍ୟପକ୍ଷରେ ଯୁବକ ଯୁବତୀ ମାନଙ୍କ କର୍ମନିଯୁକ୍ତି ପାଇଁ ବିଦ୍ୟାଳୟ ମାନଙ୍କରେ ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ। ପ୍ରତି କେଲେଣ୍ଡର ବର୍ଷରେ ୧ ଲକ୍ଷ ଚାକିରି ସୃଷ୍ଟି କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଥିଲେ।
କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ ତଥା ଗଜପତି ଜିଲ୍ଲା ବିଜେପି ସଭାପତି ଶ୍ରୀ କେ.ନାରାୟଣ ରାଓ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସାଂଗଠନିକ ସଚିବ ଶ୍ରୀ ମାନସ ମହାନ୍ତି , ଚିକିଟି ବିଧାୟକ ଶ୍ରୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏବଂ ମୋହନା ପୂର୍ବତନ ବିଧାୟକ ଶ୍ରୀ ଚକ୍ରଧର ପାଇକ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ଓ ବ୍ଲକ୍ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.