ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ” ବିଶ୍ୱ ବନ୍ଧୁତା ଦିବସ ” ପାଳିତ

6

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ଼କ୍ରସ ଓ ରେଡ ରିବନ ଶାଖା ତରଫରୁ ବିଶ୍ୱ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଏବଂ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ସହ ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳଙ୍କ ମିଳିତ ସଂଯୋଜନାରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଯୁବ ରେଡ଼କ୍ରସ ଓ ରେଡ ରିବନ ଶାଖାର ସମସ୍ତ ସ୍ବେଛାସେବୀମାନେ ଉପସ୍ଥିତ ରହି ପରସ୍ପର ହାତରେ ବନ୍ଧୁତାର ଡୋରି ବନ୍ଧନ କରିବା ସହ ମିଷ୍ଟାନ ଆଦାନ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ଦୀପୁ ଭୂୟାଁ, ପି ଦୀପକ ରାଓ, ଦେବେଶ ଚନ୍ଦ୍ର ମହାପାତ୍ର, ପିଙ୍କି ପଲାଇ, ତ୍ରିନାଥ ବେହେରା, ପ୍ରଦିପ ଦିଗାଲ, ସୌମେନ୍ଦୁ ପଣ୍ଡା, ଗାଙ୍ଗୁଲି ପାଲଟାସିଂ, ଗଙ୍ଗାଧର ରଣା, ଜୟ ଶ୍ରୀ ସେଠି,ଭାରତୀ ବିଶ୍ୱାଳ, ସିମାଞ୍ଚଳ ବିଶ୍ୱାଳ, ପଦ୍ମ ଚରଣ ନାୟକ, ବୁଦ୍ଧିରାମ ବିଶ୍ୱାଳଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

Leave A Reply

Your email address will not be published.