ପୁରୀ ରାମ କୃଷ୍ଣ ମିଶନ ମହାରାଜ ଙ୍କ ଦ୍ଵାରା ଗରିବ ଛାତ୍ରଛାତ୍ରୀଙ୍କୁ ରେନ୍ କୋଟ ବଣ୍ଟନ

5

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୪/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗରୁଡ ଗୁଡା ସ୍ଥିତ ରାମ କୃଷ୍ଣ ସାରଦା ସେବା ସଂଘ ପରିସରରେ ଏଠାରେ ଅଧ୍ୟୟନ କରୁଥିବା ଗରିବ ଛାତ୍ରଛାତ୍ରୀଙ୍କୁ ରେନ କୋଟ (ବର୍ଷା ପୋଷାକ ) ବଣ୍ଟନ କରାଯାଇଛି। ପୁରୀ ରାମ କୃଷ୍ଣ ମିଶନ ର ନିରଞ୍ଜନ ମହାରାଜ ଙ୍କ ଦ୍ଵାରା ଏଠାରେ ଅଧ୍ୟୟନ କରୁଥିବା ୫୦ ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ରେନ କୋଟ ବଣ୍ଟନ କରାଯାଇଥିଲା। ସୂଚନା ଥାଉ କି ଡାବୁଗାଁ ଗରୁଡ ଗୁଡା ସ୍ଥିତ ରାମ କୃଷ୍ଣ ସାରଦା ସେବା ସଂଘ ରେ ପୁରୀ ରାମ କୃଷ୍ଣ ମିଶନ ତରଫରୁ ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ,ଶିକ୍ଷଣ ସାମଗ୍ରୀ ,ପୋଷାକ,ଖାଦ୍ୟ ଆଦି ପ୍ରଦାନ କରାଯାଉଛି। ଯୋ ଦ୍ଵାରା ଗରିବ ଓ ନିଷ୍ପେସିତ ପିଲା ଏଠାରେ ଉପକୃତ ହୋଇ ଆସୁଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଡାବୁଗାଁ ରାମ କୃଷ୍ଣ ସାରଦା ସେବା ସଂଘ ସଭାପତି ସୁରେଶ ସାମଲ, ସମ୍ପାଦକ ଦିବାକର ବାରିକ, ସଂଘ ସଦସ୍ୟ ବାବୀ ଜେନା, ଗଙ୍ଗାଧର ମହାଙ୍କୁଡ, ସପନ ଦେ,ରଘୁନାଥ ବିଶୋଇ,ରଞ୍ଜିତ ବିଶୋଇ,ଅଭିରାମ ପାଢୀ ଓପ୍ରଫୁଲ୍ଲ ପାତ୍ର ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.