ଭୁବନେଶ୍ୱର, ୩.୮ : ଗତ ୧୬ ଜୁଲାଇ ୨୦୨୪ ରିଖରେ ଆକାଉଣ୍ଟାଣ୍ଟ ଜେନେରାଲ ତାଙ୍କ ଅଡ଼ିଟରେ ଏକ ସାଙ୍ଘାତିକ ତଥ୍ୟର ଖୁଲାସା କରିଛନ୍ତି ଯାହାକି ଓଡ଼ିଶା କମ୍ପାନୀ ଇତିହାସରେ ବଡ଼ କ୍ଷତି ବୋଲି ଧରାଯିବ । ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ଼ କମ୍ପାନୀରେ ଉତ୍ପାଦିତ କୋଇଲାର ଗ୍ରେଡ ବା ମାନ ନିମ୍ନମାନର ଦେଖାଇ ଟନ ପିଛା ନିର୍ଦ୍ଧାରିତ ଦର ଠାରୁ କମ୍ ଦରରେ ଖୋଲା ବଜାରରେ ବିକ୍ରି କରିବା ଫଳରେ ରାଜ୍ୟ ସରକାରଙ୍କୁ ୩୭୨କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି ଏବଂ ଏଥିରେ ମୁଖ୍ୟତଃ ଦୁଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ରହିଛି । ଏଥିସହିତ ୧୦୦ କୋଟି ଟଙ୍କାର କିକ୍ବ୍ୟାକ୍ କାରବାର ହୋଇଥିବାର ସନ୍ଦେହ ହେଉଛି ବୋଲି ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି |
ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ , ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶାନାମା ଅନୁଯାୟୀ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି) ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ଼ ନାମକ କମ୍ପାନୀ ୨୦୧୫ ମସିହାରେ ଗଠନ ହୋଇଥିଲା । ଯେଉଁଥିରେ ଓପିଜିସିର ୫୧ ପ୍ରତିଶତ ସେୟାର ଏବଂ ଓଡ଼ିଶା ସରକାରଙ୍କର ୪୯ ପ୍ରତିଶତ ସେୟାର ରହିଛି । ଏହି କମ୍ପାନୀ ଗଠନର ମୂଳ ଉଦେ୍ଧଶ୍ୟ ଥିଲା ଆବଣ୍ଟନ ହୋଇଥିବା କୋଇଲା ଖଣିରୁ କୋଇଲାକୁ କେବଳ ଓପିଜିସିର ତାପଜ ବିଦୁ୍ୟତ୍ କେନ୍ଦ୍ର ପରି·ଳନା ପାଇଁ ଦିଆଯିବ । ଓପିଜିସି ଉକ୍ତ ଖଣିରୁ ଉତ୍ପାଦିତ ହୋଇଥିବା ସମସ୍ତ କୋଇଲାକୁ କିଣିବା ପାଇଁ ବାଧ୍ୟ ବୋଲି ଉଭୟଙ୍କ ମଧ୍ୟରେ ଫୁଏଲ ସପ୍ଲାଏ ଏଗ୍ରିମେଣ୍ଟ (ୠଝଇ) ନାମକ ଏକ ଚୁକ୍ତି ହୋଇଥିଲା । କୋଇଲା ଉତ୍ପାଦନ ପାଇଁ ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ଼ର ନିଜସ୍ୱ ବୈଷୟିକ ଜ୍ଞାନ ଏବଂ ଯନ୍ତ୍ରପାତି ଅଭାବ କାରଣରୁ ଓପିସିଏଲ ୨୦୧୮ ମସିହାରେ ବିଜିଆର ମାଇନିଂ ଇନ୍ଫ୍ରା ଲିମିଟେଡ଼ ନାମକ କମ୍ପାନୀ ସିହତ ଏକ ମାଇନିଂ ସର୍ଭିସ ଏଗ୍ରିମେ ହୋଇଥିଲା । ଉଦ୍ଦେଶ୍ୟ ଥିଲା ମନୋହରପୁର ଏବଂ ଡିପ୍ ମନୋହରପୁର ଖଣିରୁ କୋଇଲା ଉତ୍ପାଦନ ସହିତ ପରିଚାଳନା କରିବା ସହିତ ଓସିପିଏଲ୍ ମାଧ୍ୟମରେ ସମସ୍ତ କୋଇଲାକୁ ଓପିଜିସିକୁ ପ୍ରଦାନ କରିବ । ଉଭୟଙ୍କ ମଧ୍ୟରେ ୧୦ ବର୍ଷ ପାଇଁ ଚୁକ୍ତି ହୋଇଥିଲା ଏବଂ ବାର୍ଷିକ ଚୁକ୍ତି ପରିମାଣ ଅନୁଯାୟୀ ପ୍ରଥମବର୍ଷ ବିଜିଆର କମ୍ପାନୀ ୧ ମିଲିଅନ ଟନ, ଦ୍ୱିତୀୟବର୍ଷ ୨.୫ ମିଲିଅନ ଟନ, ତୃତୀୟବର୍ଷ ୫ ମିଲିଅନ ଟନ ଏବଂ ଚତୁର୍ଥବର୍ଷ ୮ ମିଲିଅନ ଟନର କୋଇଲା ଓପିଜିସିକୁ ପ୍ରଦାନ କରିବ । ମାଇନିଂ ସର୍ଭିସ ଏଗ୍ରିମେଣ୍ଟର କ୍ଲଜ ନମ୍ବର ୧୫.୬.୧ ଅନୁଯାୟୀ କୋଇଲା ଟ୍ରାନ୍ସଫର କେନ୍ଦ୍ର ମାନଙ୍କରେ କୋଇଲାର ସାମ୍ପଲ ନେଇ ତାର ମାନ ବା ଗ୍ରେଡ୍ ପରୀକ୍ଷା କରାଯିବ । ସେହି ଅନୁଯାୟୀ ଓସିପିଏଲ୍, ଓପିଜିସି ମଧ୍ୟରେ ଫୁଏଲ୍ ସପ୍ଲାଏ ଏଗ୍ରିମେଣ୍ଟ ଚୁକ୍ତିନାମା ଅନୁଷ୍ଠିତ ହେଲା । ଯେଉଁଥିରେ ଓପିଜିସି, ଓସିପିଏଲ୍ ଠାରୁ ବାର୍ଷିକ ୮ ମିଲିଅନ ଟନ କୋଇଲା କିିଣିବ ଯାହାକି ମାଇନିଂ ସର୍ଭିସ ଏଗ୍ରିମେଣ୍ଟର ବାର୍ଷିକ ଚୁକ୍ତି ପରିମାଣ ମଧ୍ୟରେ ସୀମିତ ଅଟେ । ବାର୍ଷିକ ଚୁକ୍ତିନାମା ଅନୁଯାୟୀ ଯଦି ଓପିଜିସି ସମସ୍ତ କୋଇଲା ଓସିପିଏଲ୍ ଠାରୁ କିଣିବାକୁ ଅସମର୍ଥ ହୁଏ ତେବେ ସେୟାର ହୋଲଡ଼ର ଏଗ୍ରିମେଣ୍ଟ ଏବଂ ଫୁଏଲ ସପ୍ଲାଏ ଏଗ୍ରିମେଣ୍ଟ ଅନୁଯାୟୀ ଓସିପିଏଲ୍ ବଳକା କୋଇଲାକୁ ବାହାର କମ୍ପାନୀମାନଙ୍କୁ ଖୋଲା ବଜାରରେ ବିକ୍ରି କରିପାରିବ । ଏହି ସର୍ତ୍ତ ଅନୁଯାୟୀ ନଭେମ୍ବର ୨୦୨୧ ମସିହାର ଠାରୁ ଓସିପିଏଲ୍ ଏଭଳି ବଳକା କୋଇଲାକୁ ବିକ୍ରି କରିବାକୁ ଆରମ୍ଭ କଲା । ୨୦୨୧-୨୨ ଏବଂ ୨୦୨୨୩-୨୪ ମସିହା ମଧ୍ୟରେ ଓସିପିଏଲ୍ ୧,୩୨,୨୫,୪୬୨.୦୫ ମେଟ୍ରିକ ଟନ କୋଇଲାକୁ ଓପିଜିସିକୁ ବିକ୍ରି କରିଛି ଯାହାକି ମାଇନିଂ ଅପରେଟର (ଅର୍ଥାତ୍ ବିଜିଆର କମ୍ପାନୀ)ଙ୍କ ଦ୍ୱାରା ବାର୍ଷିକ ଚୁକ୍ତି ପରିମାଣ ସମ୍ବନ୍ଧୀୟ ଚୁକ୍ତି ଠାରୁ କମ୍ ଅଟେ ଏବଂ ଏଥିସହିତ ଏହା ମାଇନିଂ ସର୍ଭିସ ଏଗ୍ରିମେଣ୍ଟ ଏବଂ ଫୁଏଲ ସପ୍ଲାଏ ଏଗ୍ରିମେଣ୍ଟ ର ମଧ୍ୟ ଉଲଙ୍ଘନ ଅଟେ । ଓପିଜିସି, ଓସିପିଏଲ୍ ଠାରୁ ସମସ୍ତ ଉତ୍ପାଦିତ କୋଇଲା ନ କିଣିବା ଫଳରେ ଓସିପିଏଲ୍ ସମାନ ଗ୍ରେଡ଼ର ୩୩,୨୪,୯୪୭.୨୮ ମେଟ୍ରିକ ଟନ ବଳକା କୋଇଲାକୁ ଖୋଲା ବଜାରରେ ନିଲାମ ମାଧ୍ୟମରେ ବିକ୍ରି କରିଛି । କିନ୍ତୁ ଏଜି ଅଡିଟ ଏହିଭଳି ବିକ୍ରି ପ୍ରକିୟାରେ ବଡ଼ ଧରଣର ଜାଲିଆତି ଧରିଛନ୍ତି ।
ଓଡ଼ିଶା ସରକାର ଏବଂ କେନ୍ଦ୍ର ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା କୋଇଲାର ମାନ ବା ଗ୍ରେଡ଼ ଅନୁଯାୟୀ ୨୦୨୧-୨୨ ଏବଂ ୨୦୨୩-୨୪ ମଧ୍ୟରେ ମନୋହରପୁର କୋଇଲା ଖଣିରେ କେବଳ ଜି-୧୪ ଗ୍ରେଡ଼ର କୋଇଲା ରହିଛି, ଯାହାର ଗ୍ରସ୍ କ୍ୟାଲୋରିଫିକ୍ ଭ୍ୟାଲୁ ୩୧୦୧ରୁ ୩୪୦୦ K.Cal/Kg (କିଲୋ/କ୍ୟାଲୋରୀ/କେଜି) ମଧ୍ୟରେ ରହିଛି । ଅର୍ଥାତ୍ ଯାହାର ଗ୍ରସ୍ କ୍ୟାଲୋରିଫିକ୍ ଭ୍ୟାଲୁ ମୂଲ୍ୟ ଯେତେ ଅଧିକ ରହିବ ସେ କୋଇଲା ସେତେ ଉଚ୍ଚମାନର ତାପମାତ୍ରା ବା ଜାଳେଣି ପ୍ରଦାନ କରିବ । ଏହି ଗ୍ରେଡ଼ର ବା ଏଉଠର କୋଇଲା କେବଳ ତାପଜ ବିଦୁ୍ୟତ୍ କେନ୍ଦ୍ର ପାଇଁ ଉପଯୁକ୍ତ ଅଟେ । ଓସିପିଏଲ୍, ଓପିଜିସିକୁ ପ୍ରଥମେ ଜି-୧୪ ଗ୍ରେଡ଼ର କୋଇଲା ବିକ୍ରି ପରେ ନିର୍ଦ୍ଧାରିତ ଦରରେ ବିଲ୍ ତିଆରି କରିଥିଲା । କିନ୍ତୁ ଟ୍ରାନ୍ସଫର ପଏଣ୍ଟରେ ସଂଗ୍ରହ କରାଯାଇଥିବା ସାମ୍ପଲ ଟେଷ୍ଟ କଲା ପରେ ଜଣାପଡ଼ିଲା ବିକ୍ରି ହୋଇଥିବା କୋଇଲା ଗୁଡ଼ିକ ଅତ୍ୟଧିକ ଉଚ୍ଚ ଗ୍ରେଡର ବା ଉଚ୍ଚମାନର । ତେଣୁ ଓପିସିଏଲ୍ ତତ୍କ୍ଷଣାତ ଓପିଜିସି ଉପରେ ପୁନଶ୍ଚ ଡେବିଟ ନୋଟ ଜାରି କରି ଅଧିକ ଦରରେ କୋଇଲାକୁ ବିଲିଂ କଲା । ନିଆଯାଇଥିବା ସାମ୍ପୁଲରୁ ଜଣାପଡ଼ିଲା ଯେ ନଭେମ୍ବର ୨୦୨୧ ମସିହା ଏବଂ ଅଗଷ୍ଟ ୨୦୨୩ ମସିହା ମଧ୍ୟରେ ୨୩ ମାସ ଅବଧି ମଧ୍ୟରେ କୋଇଲାର ୱେଟେଡ଼ ଆଭରେଜ ଗ୍ରେଡ଼ ଉଚ୍ଚମାନର ଅଟେ ଯାହାକି ଗତ ୨୩ ମାସ ମଧ୍ୟରୁ ୨୧ ମାସ ମଧ୍ୟରେ ଘୋଷଣା କରାଯାଇଥିବା କୋଲ ଗ୍ରେଡ଼ ଠାରୁ ଉନ୍ନତ ଅଟେ । ଅର୍ଥାତ୍ ଏହି ୨୩ ମାସ ମଧ୍ୟରୁ ୧୧ ମାସ ମଧ୍ୟରେ କୋଇଲାର ଗ୍ରେଡ଼ ଜି-୧୨ ଥିବାବେଳେ (ଯାହାର ଗ୍ରସ୍ କ୍ୟାଲୋରିଫିକ ଭ୍ୟାଲୁ୍ୟ ୩୭୦୦ରୁ ୪୦୦୦ କିଲୋ କ୍ୟାଲୋରୀ/କେଜି ଅଟେ । ବାକି ୧୦ ମାସ ମଧ୍ୟରେ ଗ୍ରେଡ଼ର ବୃଦ୍ଧି ଫଳରେ ଗ୍ରେଡ୍ ଜି-୧୩ (ଯାହାର ଗ୍ରସ୍ କ୍ୟାଲୋରିଫକ୍ ଭ୍ୟାଲୁ୍ୟ ୩୪୦୦ରୁ ୩୭୦୦ କିଲୋ କ୍ୟାଲୋରୀ/କେଜି) ଜଣାପଡ଼ିଲା । ତେଣୁ ୨୩ ମାସର କୋଇଲା ଯୋଗାଣ ସମୟରେ ୨୧ ମାସରେ କୋଇଲାର ଗ୍ରେଡ୍ ବୃଦ୍ଧି ଯୋଗୁଁ ଓସିପିଏଲ୍ ଅଧିକ ଦରରେ ଓପିଜିସିକୁ ବିଲିଂ କରି ପିଛିଲା ଭାବରେ ଅଧିକ ଅର୍ଥ ଆଦାୟ କଲା ଏବଂ ଏହି ସମୟ ମଧ୍ୟରେ ଓସିପିଏଲ୍ ଖୋଲା ମାର୍କେଟରେ ଏହି ଜି-୧୪ ଗ୍ରେଡ଼ର କୋଇଲାକୁ ବିକ୍ରି କରିଥିଲା । କିନ୍ତୁ ବିକ୍ରି କରିଥିବା ଉକ୍ତ କୋଇଲାର ଟ୍ରାନ୍ସଫର ପଏଣ୍ଟରେ ସାମ୍ପଲ ନିଆଯାଇ ନଥିଲା । ଯାହାକି ମାଇନିଂ ସର୍ଭିସ ଏଗ୍ରିମେଣ୍ଟ ବ୍ୟବସ୍ଥାର ପରିପନ୍ଥୀ । ଏପରିକି ଉକ୍ତ ଇ-ଅକ୍ସନ (ର-ଇଙ୍କମଗ୍ଧସକ୍ଟଦ୍ଭ)ରେ ଏଭଳି କିଛି ସର୍ତ୍ତ ମଧ୍ୟ ରଖାଯାଇ ନଥିଲା । ଉକ୍ତ ବଳକା କୋଇଲାର ମାନ ନିର୍ଦ୍ଧାରଣ ନକରି ଯେଉଁ ଅବସ୍ଥାରେ ଅଛି ସେହି ଅବସ୍ଥାରେ ବକ୍ରି କରିଦିଆଗଲା । ଯେହେତୁ ମାଇନିଂ ଅପରେଟର (ବିଜିଆର କମ୍ପାନୀ) ଠାରୁ ଆରମ୍ଭ କରି ଓସିପିଏଲ୍ ମଧ୍ୟରେ ଇଦ୍ଭଦ୍ଭଙ୍କବକ୍ଷ ଉକ୍ଟଦ୍ଭଗ୍ଧrବମଗ୍ଧ ଛଙ୍କବଦ୍ଭଗ୍ଧସଗ୍ଧଚ୍ଚ ଏବଂ ଗସଦ୍ଭସଦ୍ଭଶ ଝରrଙ୍ଖସମର ଇଶrରରଜ୍ଞରଦ୍ଭଗ୍ଧ ବ୍ୟବସ୍ଥା ରହିଛି । ତେଣୁ ଓସିପିଏଲର ଏଭଳି ବେଆଇନ କୋଇଲା ବିକ୍ରି ମାଇନିଂ ସର୍ଭିସ ଆକ୍ଟର କ୍ଲଜ ୧୫.୬.୧ (ବି)କୁ ଉଲଙ୍ଘନ କରୁଛି । ଏଠାରେ ସୂଚନାଥାଉକି, ଉକ୍ତ ୨୧ ମାସ ମଧ୍ୟରେ (ନଭେମ୍ବର ୨୦୨୧ରୁ ଅଗଷ୍ଟ ୨୦୨୩ ମଧ୍ୟରେ) କୋଇଲାର ନିର୍ଦ୍ଧାରିତ ମାନ ଜି-୧୪ ଗ୍ରେଡ଼ରୁ ଜି-୧୨ କିମ୍ବା ଜି-୧୩କୁ ବୃଦ୍ଧି ହୋଇଛି ଏବଂ ଏହି ସମୟ ମଧ୍ୟରେ ଓସିପିଏଲ୍ ଖୋଲା ମାର୍କେଟରେ ଇ-ଅକସନ ମାଧ୍ୟମରେ ୩୩,୨୪,୯୪୭.୨୮ ମେଟ୍ରିକ ଟନ କୋଇଲାକୁ ବିନା ଗ୍ରେଡ଼ରେ ବିକ୍ରି କରିଛି । ଯଦି ଓସିପିଏଲ୍ ଉକ୍ତ ପରିମାଣର କୋଇଲାକୁ ଓପିଜିସିକୁ ଯେଉଁ ବର୍ଦ୍ଧିତ ଗ୍ରେଡ଼ (ଜି-୧୨ ଏବଂ ଜି-୧୩)ରେ ବିଲିଂ କରି ପିଛିଲା ହାରରେ ମୂଲ୍ୟ ଆଦାୟ କରିଛି ସେହି ଗ୍ରେଡ଼ ଅନୁଯାୟୀ ଓପିସିଏଲ୍ ଖୋଲା ମାର୍କେଟରେ ଇ-ଅକ୍ସନ ମାଧ୍ୟମରେ ବିକ୍ରି କରିଥିଲେ କମ୍ପାନୀକୁ ୩୭୨.୩୬ କୋଟି ଟଙ୍କା ଅଧିକ ଅର୍ଥ ମିଳିଥାନ୍ତା । ମୋଟାମୋଟି ଭାବରେ ଓସିପିଏଲ୍ ଉକ୍ତ କୋଇଲାର ଶ୍ରେଣୀଭୁକ୍ତ ବା ଗ୍ରେଡିଙ୍ଗ ନ କରିବାରୁ କମ୍ପାନୀ ୩୭୨.୩୬ କୋଟି ଲାଭ ଜାଣିଶୁଣି ହରେଇଲା ।
ଅଡ଼ିଟ୍ ଏଭଳି ଉଦେ୍ଧଶ୍ୟମୂଳକ କ୍ଷତି ଉପରେ ପ୍ରଶ୍ନ କରିବାରୁ, ଓସିପିଏଲ୍ର ମ୍ୟାନେଜମେଣ୍ଟ ଉତ୍ତର ରଖିଲା ଯେ ମାଇନିଂ ସର୍ଭିସ ଆକ୍ଟ ଅନୁଯାୟୀ କୋଇଲାର ସାମ୍ପଲ ସଂଗ୍ରହ ବ୍ୟବସ୍ଥା କେବଳ ଓପିଜିସି, ଓସିପିଏଲ ଏବଂ ମାଇନିଂ ଅପରେଟର ମଧ୍ୟରେ ସୀମିତ ଥିଲା । କିନ୍ତୁ ଇ-ଅକ୍ସନ ପାଇଁ ଏଭଳି ନିୟମ ଲାଗୁନଥିଲା ଏବଂ ଉକ୍ତ କୋଇଲା ଯେହେତୁ ପଡ଼ି ରହିଥିଲା । ତେଣୁ କୋଇଲାକୁ ଯେଉଁଭଳି ଅବସ୍ଥାରେ ଥିଲା ସେହିଭଳି ବିକ୍ରି କରିଦିଆଗଲା ,ଏଥିସହିତ ଉକ୍ତ କୋଇଲା ଗୁଡ଼ିକ ଇ-ଅକ୍ସ ଅବଧି ମଧ୍ୟରେ ଦୀର୍ଘ ୨ ମାସ ପଡ଼ିରହିଲା । ତେଣୁ ତାର ଗ୍ରେଡ ଏବଂ କ୍ୟାଲୋରୀ ମୂଲ୍ୟ ମଧ୍ୟ କମିଯାଇଥିଲା । ତେଣୁ ବିନା ଗ୍ରେଡ଼ରେ ବିକ୍ରି କରିଦିଆଗଲା । ଅପରପକ୍ଷରେ ଓସିପିଏଲ୍ ମ୍ୟାନେଜମେଣ୍ଟର ଏଭଳି ଯୁକ୍ତିକୁ ଏଜି ଅଡ଼ିଟ ଗ୍ରହଣ ପରିପାରି ନାହିଁ । ବାର୍ଷିକ ଚୁକ୍ତି ପରିମାଣ ଚୁକ୍ତି ଅନୁଯାୟୀ ଓପିଜିସି, ଓସିପିଏଲ୍ ଦ୍ୱାରା ଉତ୍ପାଦିତ ହୋଇଥିବା ସମ୍ପୂର୍ଣ୍ଣ କୋଇଲା ପରିମାଣକୁ କିଣିବା ପାଇଁ ବାଧ୍ୟ ଅଟେ । ସେହି ଅନୁଯାୟୀ ଓପିଜିସି, ଓସିପିଏଲ୍ ଠାରୁ ବାର୍ଷିକ ୮ ମିଲିଅନ ଟନ କୋଇଲା କିଣିବା ପାଇଁ ଚୁକ୍ତି କରିଥିଲା ଯାହାକି ମାଇନିଂ ସର୍ଭିସ ଏଗ୍ରିମେଣ୍ଟର ବାର୍ଷିକ ଚୁକ୍ତି ପରିମାଣ ଅଧୀନରେ ବ୍ୟବସ୍ଥା ରହିଛି । ତେଣୁ ଯଦିଓ ଓପିଜିସି ଏହି ଇଉଛ ସର୍ତ୍ତ ଅନୁଯାୟୀ ଓସିପିଏଲ୍ ଠାରୁ ସମସ୍ତ ଉତ୍ପାଦିତ କୋଇଲାକୁ କିଣି ନେଇଥାନ୍ତା ତେବେ ଓସିପିଏଲ ଏହି ବଳକା କୋଇଲାକୁ ଖୋଲା ବଜାରରେ ବିକିପାରି ନଥାନ୍ତା । ଯେହେତୁ ଓପିସିଜି ଏହି ବଳକା ପରିମାଣର କୋଇଲାକୁ କିଣିଲା ନାହିଁ ତେଣୁ ଓପିସିଏଲ୍ ଏହି କୋଇଲାକୁ ବିନା ଗ୍ରେଡ଼ରେ ଶାଗମାଛ ଦରରେ ବାହାର କମ୍ପାନୀକୁ ବିକ୍ରି କରିଦେଲେ । ଫଳରେ ଓସିପିଏଲ୍ ୩୭୨କୋଟି ଟଙ୍କା ହରାଇଲା ।
ଏଠାରେ ସୂଚନାଥାଉକି ଜି-୧୨ ଏବଂ ଜି-୧୩ ଗ୍ରେଡ଼ କୋଇଲାକୁ ଓସିପିଏଲ୍, ଓପିଜିସିକୁ ଟନ ପିଛା ବେଶ୍ ପ୍ରାଇସ୍ ୭୫୮ ସିହତ ଟ୍ୟାକ୍ସ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ୧୬୬୮ ଟଙ୍କାରେ ବିକ୍ରି କରିଥିବା ବେଳେ ଇ-ଅକ୍ସନ ସମୟରେ ଖୋଲା ମାର୍କେଟରେ ବିକ୍ରି କଲାବେଳେ କୋଇଲାକୁ ଜି-୧୭ ଗ୍ରେଡ୍ ଦର୍ଶାଇ ଟନ ପିଛା ୧୯୪୦ ଟଙ୍କାରୁ ୬୪୪୨ ଟଙ୍କା ମଧ୍ୟରେ ବିକ୍ରି କରିଛି । ଅର୍ଥାତ୍ ଗ୍ରେଡ଼ ୧୭ କୋଇଲାର ଦର ଯଦି ୬ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇପାରୁଛି, ତେବେ ଏହାକୁ ଗ୍ରେଡ଼ ୧୨ କିମ୍ବା ୧୩ରେ ବିକ୍ରି କରିଥିଲେ କୋଇଲାର ମୂଲ୍ୟ ଟନ ପିଛା ନିଶ୍ଚିତ ଭାବରେ ୧୦ ହଜାରରୁ ୧୨ ହଜାର ଟଙ୍କା ପାଇପାରିଥାନ୍ତେ । କିନ୍ତୁ ଓସିପିଏଲ୍ ମ୍ୟାନେଜମେଣ୍ଟ କର୍ତ୍ତୃପକ୍ଷଙ୍କ କମିଶନ ଲୋଭ ଓ ଦୁର୍ନୀତିଖୋର ମନୋଭାବ କାରଣରୁ କମ୍ପାନୀକୁ ୩୭୨ କୋଟି ଟଙ୍କା ହରାଇବାକୁ ପଡ଼ିଲା ।
ଲେଟର ଅଫ୍ ଆକ୍ସେପ୍ଟାନ୍ସ ଅନୁସାରେ ଓସିପିଏଲ୍ ବଳକା କୋଇଲାକୁ ଖୋଲା ବଜାରରେ ବିକ୍ରି କଲାବେଳେ ମାଇନିଂ ଅପରେଟର ବିଆରଜି ଇନ୍ଫ୍ରା କମ୍ପାନୀ କିନ୍ତୁ ତାର ଯାହା ନିର୍ଦ୍ଧାରିତ ଫି ବା କମିଶନ ପାଇବା କଥା ପାଇବ । ଯେତେବେଳେ କି ମାଇନିଂ ଅପରେଟରକୁ କୌଣସି ପରିବହନ କରିବାକୁ ପଡ଼ିଲା ନାହିଁ କି ବେଶୀ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା ନାହିଁ । କିନ୍ତୁ ମାଇନିଂ ସର୍ଭିସ୍ ଆକ୍ଟ ର ୧୬.୩ (ବ) (ସସ) କ୍ଲଜ ଅନୁଯାୟୀ ମାଇନିଂ ଅପରେଟର (ବିଜିଆର ଇନ୍ଫ୍ରା କମ୍ପାନୀ) ଯେତେବେଳେ ମାଇନିଂ ଫି ଆଦାୟ ପାଇଁ ବିଲ୍ ଉପସ୍ଥାପନ କରିବ, ଉକ୍ତ ବିଲ୍ ସହିତ କୋଇଲା ପରିବହନ ସମୟରେ ତାର ଗୁଣବତ୍ତା ବା ଗ୍ରେଡ଼ କିଭଳି ଥିଲା ତାର ପ୍ରମାଣପତ୍ର ଯୋଡ଼ିବାକୁ ପଡ଼ିବ । ତେଣୁ ଓସିପିଏଲ୍ ମ୍ୟାନେଜମେଣ୍ଟ ଯେଉଁ ଯୁକ୍ତି ରଖିଛି ଖୋଲା ମାର୍କେଟରେ କୋଇଲା ବିକ୍ରି କଲେ ଏହାର ଗ୍ରେଡିଙ୍ଗ ଦରକାର ନାହିଁ, ତାହା ଭୁଲ୍ ଏବଂ ଭ୍ରମିତ କରିବା ପାଇଁ ଉଦ୍ଧିଷ୍ଟ । କାରଣ ଓପିଜିସିକୁ କୋଇଲା ଯୋଗାଣ କଲାବେଳେ ଏବଂ ଇ-ଅକ୍ସନ ବେଳେ ମଧ୍ୟ କୋଇଲାର ସାମ୍ପଲ ପରୀକ୍ଷା କରିବା ଦରକାର । ଏସବୁ ବାଦ୍ କମ୍ପାନୀର ଲାଭ ଓ କର୍ମଚାରୀଙ୍କ ସ୍ୱାର୍ଥ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଳକା କୋଇଲାକୁ ଓପିସିଏଲ୍ ଗ୍ରେଡ଼ିଙ୍ଗ ଅନୁଯାୟୀ ବା ଓପିଜିସିକୁ ବିକ୍ରି କଲାବେଳେ ଯେଉଁ ମାନଦଣ୍ଡ ଆପଣାଇଥିଲା, ସେହି ଅନୁସାରେ ଅର୍ଥାତ୍ ଜି-୧୨ କିମ୍ବା ଜି-୧୩ ଗ୍ରେଡରେ ବିକ୍ରି କରିଥିଲେ କମ୍ପାନୀକୁ ୩୭୨ କୋଟି ଟଙ୍କାର ଅଧିକ ଲାଭ ମିଳିଥାନ୍ତା ।
ତେଣୁ ଏହି ବଡ଼ ଧରଣର ଦୁର୍ନୀତି ଓ ଚଞ୍ଚକତା ପାଇଁ ଓପିସିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସରୀପୁତ ମିଶ୍ର ଏବଂ ପୂର୍ବତନ ଓପିଜିସିର ଚେୟାରମ୍ୟାନ ଉଭୟ ଦାୟୀ ବୋଲି ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି | ଉଭୟଙ୍କ ଷଡ଼ଯନ୍ତ୍ର ଯୋଗୁ ଓପିସିଏଲ୍ ୩୭୨ କୋଟି ଟଙ୍କା ହରାଇଲା । ତେଣୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଉଭୟଙ୍କ ଠାରୁ କ୍ଷତି ହୋଇଥିବା ଟଙ୍କା ଭରଣା କରିବା ସହିତ ଉଭୟଙ୍କ ବିରୁଦ୍ଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହି ଉକ୍ତ ଦୁର୍ନୀତି ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଓଡିଶା ସୂଚନା ଅଧିକାର ଅଭିଯାନ ଦାବି କରିଛି |
ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦୀପ ପ୍ରଧାନ, ଶ୍ରୀକାନ୍ତ ପାକଳ, ସୁଧୀର ମହାନ୍ତି, ପ୍ରକାଶ ଦାସ, ହୃଦାନନ୍ଦ କୋଦମାସିଂହ ଓ ସଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।