ଭୁବନେଶ୍ୱର :ଭୁବନେଶ୍ୱର ଐତିହ୍ୟ ଉନ୍ନୟନ କର୍ତ୍ତୃପକ୍ଷ ( Bhubaneswar Heritege Development Authority ) ପ୍ରତିଷ୍ଠା ନେଇ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଏକାମ୍ର ବିକାଶ ମଞ୍ଚର ଅଧ୍ୟକ୍ଷ, ବିଜେପି ନେତ୍ରୀ ତଥା ଭୁବନେଶ୍ୱରର ଜଣାଶୁଣା ସଂଗଠିକା ଶ୍ରୀମତୀ ରଶ୍ମୀ ମହାପାତ୍ର |
ଆଜି ଭୁବନେଶ୍ୱରସ୍ଥିତ ସାଂସଦ ଙ୍କ କାର୍ଯ୍ୟାଳୟ ରେ 3 ବିଧାନସଭା ଅଂଚଳ ର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଏବଂ ଯୋଜନା ଚିଠା ପ୍ରସ୍ତାବ ସଭା ରେ ଏହି ବିଷୟରେ ଅବଗତ କରାଇ ଶ୍ରୀମତୀ ମହାପାତ୍ର କହିଲେ ଭୁବନେଶ୍ୱର ହେଉଛି ମନ୍ଦିରମାଳିନୀ ସହର | ଶ୍ରୀଲିଙ୍ଗରାଜ ମନ୍ଦିର ସହିତ ଶହ ଶହ ଐତିହ୍ୟ ରାଜି, ଶିଖର ଚଣ୍ଡୀ, ଖଣ୍ଡଗିରି, ଧଉଳି ଭଳି ବୌଦ୍ଧ ଏବଂ ଜୈନ ପୀଠ ମଧ୍ୟ ରହିଛି | ଏସବୁ ର ସଂରକ୍ଷଣ, ବିକାଶ ଏବଂ ସୁରକ୍ଷା ପାଇଁ ଏହି ଭୁବନେଶ୍ୱର ଐତିହ୍ୟ ଉନ୍ନୟନ କର୍ତ୍ତୃପକ୍ଷ (BHDA ) କାମ କରିବ | ଏହି ପ୍ରସ୍ତାବ କୁ ଶ୍ରୀମତୀ ଷଡ଼ଙ୍ଗୀ ଗୁରୁତ୍ୱ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି |
ଏହି ଆଲୋଚନା ବେଳେ ଏକାମ୍ର ବିଧାୟକ ବାବୁ ସିଂ, ମଧ୍ୟମ ଭୁବନେଶ୍ୱର ର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ସୁନୀତି ମୁଣ୍ଡ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.