ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଖଇରା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

6

ଖଇରା/ବୁଲୁ ଲେଙ୍କା:  ବାଲେଶ୍ୱର୍ ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଖଇରା ତରଫରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ମୁଖ୍ୟ ଅତିଥି ଭାବେ ଖଇରା ସିମୁଳିଆ ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା,ମୁଖ୍ୟବକ୍ତା ଗୋଷ୍ଟି ସିକ୍ଷାଧି କାରି ଶ୍ରୀ ଯୁକ୍ତ ଗଦାଧର ଦାସ,ଖଇରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ସାହୁ ଅତିରିକ୍ତ ଗୋଷ୍ଟି ଶିକ୍ଷାଧି କାରି ପାର୍ବତୀ ପଣ୍ଡା,ଅବସର ପ୍ରାପ୍ତ ଗୋଷ୍ଟି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସୁଦର୍ଶନ ରାଉତ,ବାଲେଶ୍ଵର ଜିଲ୍ଲାର ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ଦାସ,ଖଇରା ପ୍ରାଥମିକ ସଂଘ ର ସମ୍ପାଦକ ଉଦୟ ନାରାୟଣ ପାତ୍ର ଯୋଗଦେଇ ଥିଲେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ସଂଘର ସମ୍ପାଦକ ଉଦୟ ନାରାୟଣ ପାତ୍ର ସଂଘର ୨୦୨୪-୨୫ ମସିହାର ବାର୍ଷିକ ବିବରଣୀ ପାଠ କରିଥିଲେ ୨୦୨୦ କରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱ ହାହାକାର କରୁଥିଲା ବେଳେ ଶିକ୍ଷକ ସଂଘ ଖଇରା ୧ ଲକ୍ଷ ୧୪ହଜାର ଟଙ୍କା ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରି ଏଭଳି ଦୁଃଖଦ ସମୟରେ ସାଧାରଣ ଲୋକଙ୍କ ସେବାରେ ସଂଘ ନିଜକୁ ସାମିଲ କରିପାରିଛି ।୨୦୧୯ ମସିହା ପର ଠାରୁ କରୋନା ମହାମାରୀ ,ବିଭିନ୍ନ ଘାତପ୍ରତିଘାତ ଯୋଗୁଁ ବାର୍ଷିକ ଉତ୍ସବ ତଥା ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇପାରି ନ ଥିଲା ୨୦୨୦ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସଂଘର ୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିସାରିଛନ୍ତି ।ଏହି ଅବସରରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଅବସର ଗ୍ରହଣ କରିଥିବା ୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ଏହି ସଭାରେ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସି ଆର ସିସ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.