ବାଣପୁର:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସ୍ବନାମଧନ୍ୟ ବରିଷ୍ଠ ଆଇନଜୀବୀ ତଥା ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସତ୍ୟନାରାୟଣ ମହାପାତ୍ରଙ୍କ ଆଜି ପରଲୋକ ଘଟିଛି। ତୁମୁରାପୁଟ ଗ୍ରାମସ୍ଥିତ ନିଜ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ସ୍ବର୍ଗତ ଶ୍ରୀ ମହାପାତ୍ର ଦୀର୍ଘ ୨୫ ବର୍ଷ ଧରି ବାଣପୁର ଓକିଲ ସଂଘର ସଭାପତି ଭାବେ ଦାଇତ୍ୱ ତୁଲାଇଥିଲେ। ଆଇନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ଶ୍ରୀ ମହାପାତ୍ର ସମଗ୍ର ବାଣପୁର ତଥା ଖୋର୍ଦ୍ଧା ଜିଲ୍ଲାରେ ସୁପରିଚିତ ଥିଲେ। ବାଣପୁର ଅଞ୍ଚଳର ଜଣେ ସମାଜସେବୀ ଭାବେ ସେ ମଧ୍ୟ ବେଶ ପରିଚିତ ଥିଲେ।ସେ ତୁମୁରାପୁଟ ପଞ୍ଚାୟତ ଅନ୍ତର୍ଗତ ଶାଳିଆ ବିଦ୍ୟା ନିକେତନ ପରିଚାଳନା ସମିତିର ସଭାପତି ଭାବେ ଦୀର୍ଘବର୍ଷ ଧରି ଦାଇତ୍ୱ ତୁଲାଇଥିଲେ। ଏପରିକି ୧୯୮୫ ମସିହାରେ ସେ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାଥୀ ଭାବେ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ମୃତ୍ୟୁର ଖବର ପାଇ ତାଙ୍କ ବାସଭବନକୁ ବାଣପୁର ଓ ବାଲୁଗାଁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ରାଜନେତା ଏବଂ ବାଣପୁର ଓକିଲ ସଂଘର ସଭାପତି ସମ୍ପାଦକଙ୍କ ସମେତ ବହୁ ଓକିଲମାନେ ପହଞ୍ଚି ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ଶେଷ ଦର୍ଶନ କରିଥିଲେ।ପରିଶେଷରେ ସ୍ବର୍ଗତ ଶ୍ରୀ ମହାପାତ୍ରଙ୍କ ପାର୍ଥିବ ଶରୀରକୁ ବାଣପୁର କୋର୍ଟ ପରିସରରେ କିଛି ସମୟ ପାଇ ନିଆଯାଇଥିଲା ଏବଂ ସେଠାରେ ବାଣପୁର କୋର୍ଟର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସଙ୍କ ସମେତ କୋର୍ଟ କର୍ମଚାରୀ ଏବଂ ଓକିଲମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ମୃତ୍ୟୁ ସମୟରେ ତାଙ୍କର ପତ୍ନୀ,ଦୁଇ ପୁତ୍ର, ଚାରି ଝିଅ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିବା ବେଳେ ଜ୍ୟେଷ୍ଠ ପୁତ୍ର ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ମୁଖାଗ୍ନି ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post