ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ

6

ରାଉରକେଲା(ବସନ୍ତ କୁମାର ଜେନା): ସହରର ବିଶିଷ୍ଟ ସାମାଜିକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ସଂଜୀବିତ୍ ମଲ୍ଟି ସ୍ପେସିଆଲିଟି ହେଲଥ୍ ର ମିଳିତ ଆନୁକୂଲ୍ୟରେ ବିଶ୍ବ ମାତୃ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ମହିଳା ସମିତିର ସଭାନେତ୍ରୀ ସବିତା ସାହୁଙ୍କ ଆବାହକତ୍ବ ଏବଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଉପଦେଷ୍ଟା ଡାକ୍ତର ଗୋକୁଳାନନ୍ଦ ସାହୁ, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପରମାନନ୍ଦ ରଥ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରତିଭା ଷଡ଼ଙ୍ଗୀ ଉପସ୍ଥିତ ସମ୍ଭାବୀ ମା’ ମାନଙ୍କୁ ସ୍ତନ୍ୟପାନର ଗୁରୁତ୍ବ ସମ୍ପର୍କରେ ଅବହିତ କରି କହିଲେ ଯେ, ମା’ କ୍ଷୀରର ବିକଳ୍ପ ନାହିଁ। ସେମାନଙ୍କୁ ସଠିକ୍ ଏବଂ ବିଜ୍ଞାନସମ୍ମତ କୌଶଳ ବତେଇବା ସହ ଶିଶୁକୁ ସ୍ତନ୍ୟପାନ କରେଇବା ସମୟରେ ସତର୍କତା ଅବଲମ୍ବନ ଉପରେ ଆଲୋକପାତ କରିଥିଲେ । ଶ୍ରୋତା ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଅତ୍ୟନ୍ତ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । ଏହି ଶିବିରରେ କଲୋନୀରେ ଥିବା ବିଭିନ୍ନ ଅଙ୍ଗନବାଡ଼ି କର୍ମୀ ମହିଳାମାନଙ୍କ ସହ ନିକଟବର୍ତ୍ତୀ ବସ୍ତି ମାନଙ୍କରୁ ଗର୍ଭବତୀ ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହିଳା ସମିତିର ସଦସ୍ୟା ନମିତା ଆଚାର୍ଯ୍ୟ, ଗୀତା ସେନାପତି, ସାବିତ୍ରୀ ଦାସ, ସୁପ୍ରିୟା ମହାନ୍ତି , ଗୀତା ମିଶ୍ର, ସ୍ନିଗ୍ଧା ସାମନ୍ତରାୟ, ମିନୁ ରାଣୀ ମହାପାତ୍ର, ପ୍ରୀତି କୁମାରୀ ସାହୁ ପ୍ରମୁଖ ସହାୟତା କରିଥିଲେ। ଶାନ୍ତି କୁସୁମ, ବିଜୟଲକ୍ଷ୍ମୀ ପ୍ରଧାନ, ରଞ୍ଜିତା ବାହାଲା, ଅର୍ସଲନି ମୁଣ୍ଡାରୀ, ରାଜଲକ୍ଷ୍ମୀ ପ୍ରଧାନ, ଫୁଲ ମଣି ମୁଣ୍ଡାରୀ, ବ୍ୟାସମଣି ମୁଣ୍ଡାରୀ, ଭାନୁ ପ୍ରିୟା ବେହେରା ଏବଂ ପ୍ରଭାବତୀ ମୁଣ୍ଡାରୀ ପ୍ରମୁଖ ବିଭିନ୍ନ ଅଙ୍ଗନବାଡ଼ିର ସ୍ବେଚ୍ଛାସେବୀ ଦିଦି ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.