କେଦାରନାଥରେ ଫସି ରହିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ

5

ନିୟମିତ ସମ୍ପର୍କରେ ଅଛନ୍ତି କେନ୍ଦୁଝର ଜିଲ୍ଲାପାଳ, ପ୍ରଦାନ କରାଯାଉଛି ଆବଶ୍ୟକ ସହାୟତା

ଭୁବନେଶ୍ୱର : ଖରାପ ପାଗ ଯୋଗୁଁ କେଦାରନାଥରେ ଫସି ରହିଥିବା କେନ୍ଦୁଝର ଜିଲ୍ଲାର ୪ ଜଣ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ସହ ନିରନ୍ତର ଯୋଗାଯୋଗ କରାଯାଉଛି ଏବଂ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି।
କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ରୁଦ୍ରପ୍ରୟାଗର ଜିଲ୍ଲାପାଳଙ୍କ ସହିତ କଥା ହୋଇ ଉକ୍ତ ଚାରି ଜଣଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଅନୁରୋଧ କରିଛନ୍ତି। ପାଣିପାଗ ଅନୁକୁଳ ରହିଲେ ଆସନ୍ତାକାଲି ସମସ୍ତ ଚାରି ଜଣଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି ବୋଲି ରୁଦ୍ରପ୍ରୟାଗର ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.