ଉଦ୍ଧାର ହେଲା ଭାଲୁ,ଲୋକଙ୍କ ମନରେ ଭୟ ହେଲା ଦୂର

6

ଭବାନୀପାଟଣା (ଶାସକ ପ୍ରଶାସକ ) କଳାହାଣ୍ଡି ଜିଲ୍ଲାରେ ଦୀର୍ଘ ଘଣ୍ଟାର ଅନ୍ତ ପରେ ବନ ବିଭାଗ ପକ୍ଷରୁ ଉଦ୍ଧାର ହେଲା ଭାଲୁ । କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନାଞ୍ଚଳ ଜୟପାଟଣା ରେଞ୍ଜ ଅଧୀନରେ ଥିବା ମୁଖିଗୁଡା ଠାରେ ୫ ଦିନ ଧରି ଆତଙ୍କ ଖେଳାଇ ଥିବା ଭାଲୁକୁ ଆଜି କାବୁ କରିବାରେ ସଫଳ ହୋଇଛି ବନବିଭାଗ । ସୂଚନା ଯୋଗ୍ୟ ଯେ ମୁଖୀଗୁଡା ଓଏଚପିସି ମହୁଳପାଟଣା ଘାଟି ରାସ୍ତାରେ ଭାଲୁ ବୁଲୁଥିବା ଲୋକେ ଦେଖିଥିଲେ। ପରବର୍ତ୍ତୀ ସମୟରେ ଗୁରୁବାର ରାତିରେ ମୁଖୀଗୁଡା ଗାଁ କୁ ଭାଲୁ ଚାଲି ଆସିଥିବା ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିଲା।ତେବେ ଲୋକେ ଭାଲୁ କୁ ଦେଖି ଗୋଡ଼ାଇବା ଫଳରେ ଭାଲୁ ଓଏଚପିସିର ଏକ ଗୋଦାମ ଘରେ ଲୁଚି ଯାଇଥିଲା। ଡିଏଫ୍ଓ, ଉଦ୍ଧାର କାରି ଦଳ ଓ ଜୟପାଟଣା ବନବିଭାଗର ମିଳିତ ଉଦ୍ୟମରେ ଏହି ଭାଲୁଟିକୁ ଆଜି ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.