ଗାଇସିଲାଟ/ମନ ଡନସନା- ବରଗଡ ଜିଲ୍ଲାରେ ନକଳି ଶିକ୍ଷକ ଖୋଜୁଛି ଶିକ୍ଷା ବିଭାଗ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦେଶ କ୍ରମେ ଗାଈସିଲାଟ ବ୍ଲକ ଶିକ୍ଷା ଅଧିକାରୀଙ୍କ ଟିମ ଖୋଜୁଛି ନକଳି ଶିକ୍ଷକ କିଏ । ଏଇ ପ୍ରସଂଗକୁ ନେଇ ଚାରିପଟେ ହଇ ଚଇ ଖେଳୁଥିବା ବେଳେ ଗାଇସିଲାଟରେ ବ୍ଲକ ଶିକ୍ଷା ଅଧିକାରି ଦାମ୍ଭିକତାର ସହିତ ଆଗତୁରା ଗଣ ମାଧ୍ୟମକୁ ନକଳିଶିକ୍ଷକ ନାହାନ୍ତି କହିବା ବେଶ ଆଲୋଚନାର ପ୍ରସଂଗ ପାଳଟିଛି । ତେବେ କଣ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ର ଯାଞ୍ଚ ଏକ ପ୍ରହସନ ? ବ୍ଲକ ଶିକ୍ଷା ଅଧିକାରିଙ୍କ ଏତାଦୃଶ ମନ୍ତବ୍ୟ ଅଯୋଗ୍ୟ ଶିକ୍ଷକଙ୍କୁ ଘଣ୍ଟ ଘୋଡାଇବାର ପ୍ରୟାସ ନୁହେଁ ତ ? ଏହା ସାମାନ୍ୟ ସୌଜନ୍ୟତାରେ ପରିଣତ ହେବନି ତ ? ଏଭଳି ଆଲୋଚନା ଯୋର ଧରୁଛି । ଆମ ପ୍ରତିନିଧି ଏପ୍ରସଂଗରେ କରିଥିବା ପ୍ରଶ୍ନର ଉତ୍ତର ରେ ଜିଲ୍ଲାରୁ ନିର୍ଦେଶ ଅଛି ଏଣୁ ଚାଳୁଛି କହୁଥିବା ବେଳେ ନିଜ ମନ୍ତବ୍ୟରେ ପୁଣି କହୁଛନ୍ତି ବୋର୍ଡ ୟୁନିଭରସିଟିକୁ ଯାଞ୍ଚ ପାଇଁ ପଠାଯିବ ତାପରେ ଜଣା ପଡିବ ସତ କଣ ମିଛ କଣ । ନକଳି ଶିକ୍ଷକ ଥିବା ଆଲୋଚନା ହେଉଥିବା ନିଜେ ବ୍ଲଜ ଶିକ୍ଷା ଅଧିକାରି ସ୍ବିକାର ବି କରୁଛନ୍ତି । ଏପଟେ ନକଳି ଶିକ୍ଷକ ଥିବାର ଦୃଢତାର ସହିତ ଲୋକେ କହିବାରେ ଲାଗୁଛନ୍ତି , ମାତ୍ର ସଠିକ ଯାଞ୍ଚ ହେବା କଥା । ନହେଲେ ଜିଲ୍ଲା ସ୍ତରରେ ଯାଞ୍ଚ କରାଯିବା ଉଚିତ ବୋଲି ମତ ପ୍ରକାଶ ପାଉଛି । ଦେଖାଯାଉ ଜନ ସାଧାରଣରେ ହେଉଥିବା ଆଲୋଚନା ସତ ନା ବି.ଇ.ଓ ଙ୍କ ମନ୍ତବ୍ୟ ସତ । ପ୍ରଶ୍ନ ଉଠୁଛି ତଦନ୍ତ ପ୍ରକ୍ତିୟା ଏତିକିରେ ଇତି ହେବନିତ ? ଶିକ୍ଷା ଅଧିକାରିଙ୍କ ଅଭୟ ଛତ୍ରଛାୟା ନକଳି ଶିକ୍ଷକଙ୍କୁ ଘଣ୍ଟ ଘୋଡାଇବନି ତ ? ଦେଖିବାକୁ ବାକିରହିଲା ଆଗକୁ କଣ ହେଉଛି ।