ଭବାନୀପାଟଣା (ଶାସକ ପ୍ରଶାସକ )କଳାହାଣ୍ଡି ଜିଲ୍ଲା ନର୍ଲା କନ୍ଦ ସମାଜ ସଂସ୍କୃତି ଭବନ ଠାରେ ଆଜି ବିଶ୍ବ ଆଦିବାସୀ ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତି ବୈଠକରେ ବିଶ୍ବ ଆଦିବାସୀ ଦିବସକୁ ନେଇ ଏହାର ରୂପରେଖ ପ୍ରସ୍ତୁତ କରାଯିବା ସହ ଅତିଥ୍ଙ୍କ ତାଲିକା ଓ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋଚନା କରଯାଇଥିଲା ଆସନ୍ତା ୯ଅଗଷ୍ଟରେ ଏହି
ଆଦିବାସୀ ଦିବସ ପାଳନ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତ ନିଆଯାଇଥିବା ବେଳେ ଜିଲ୍ଲା ସୁରୀୟ କାର୍ଯ୍ୟକ୍ରମ କୋକସରାରେ ପାଳନ କରାଯିବ ବୋଲି ସଭାପତି ସମସ୍ତଙ୍କୁ ସୂଚନା ଦେବା ସହ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧୂକ ଆଦିବାସୀ ଯୋଗଦାନ କରିବା ପାଇଁ ସଭାପତି ଅନୁରୋଧ କରିଥିଲେ।ଏହି ପ୍ରସ୍ତୁତି ବୈଠକରେ ନର୍ଲା ଆଦିବାସୀ ସଂଘର ଉପସଭାପତି ବୀରକିଶୋର ମାଝୀ, ସମ୍ପାଦକ ମାୟାଧର ମାଝୀ, କୋଷାଧ୍ଯକ୍ଷ କିଶୋର ମାଝୀ, ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଦେବରାଜ ମାଝୀ, ନର୍ଲା ବ୍ଲକ ଆଦିସ୍କନ୍ଦ ସମାଜ ସଭାପତି ଝସକେତନ୍ ମାଝୀ, ଉପଦେଷ୍ଟା ଜୟଲାଲ ମାଝୀ, ବରୁଣ ମାଝୀ, ବିଘ୍ନରାଜ ମାଝୀ ପ୍ରମୁଖ ପଦାଧୂକାରୀ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶେଷରେ ସମ୍ପାଦକ ମାୟାଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post