ନୂଆପଡ଼ା ଜିଲ୍ଲା ରୁ କଳିମ୍ ମହମ୍ମଦ(ଶାସକ ପ୍ରଶାସକ): ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ବିଜେପୁର ଆୟୁର୍ବେଦ ସରକାରୀ ଡାକ୍ତର ଖାନା ଅସାମାଜିକ ଯୁବକ ଙ୍କ ଆଡ୍ଡାସ୍ଥଳି ରେ ପରିଣତ ହୋଇଯାଇଛି,ବିଜେପୁର ଡାକ୍ତର ଖାନା ଗରିବ ଲୋକ ଙ୍କ ପାଇଁ ମାଗଣା ରେ ଚିକିତ୍ସା ସହ ଔଷଧ ବିତରଣ କରିବା ର ସେବା ଯୋଗାଇ ଆସୁଛି,କେବେଲ ବିଜେପୁର କାହିକି ଆଖପାଖ ଅଚଂଲ ଶହ ଶହ ଗରିବ ଲୋକ ମାନେ ହସପିଟାଲ ଉପରେ ନିର୍ଭର କରିଥାନ୍ତି,ହେଲେ ଏହି ଡାକ୍ତର ଖାନା ବାରଣ୍ଡା ରେ ବିଶେଷକରି ହସପିଟାଲ ବନ୍ଦ ସମୟ ପରେ ଅର୍ଥାତ ସନ୍ଦ୍ୟା ଓ ରାତ୍ରି ସମୟ ରେ ବିଜେପୁର ତଥା ଆଖ ପାଖ ଅଂଚଲ ଯୁବକ ମାନେ ବାରଣ୍ଡା ରେ ମଦ ସେବନ କରୁଥିବାବେଳେ ମଦ ଚାଖନା କୁରକୁରେ ମଦ ବୋତଲ ମଦ ପାଉଚ ବିୟର ବୋତଲ ପାଣି ପାଉଚ ଜରି ଫୋପାଡି ପରିବେଶ କୁ ଦୁଷିତ କରୁଛନ୍ତି,ଏହା ବ୍ୟତିତ ପାନ ଖାଇ ଛେପ ପକାଇବାସହ ଗୁଟକା ଖାଇ ଛେପ ପକାଇ ହସପିଟାଲ କୁ ଦୁଷିତ କରୁଛନ୍ତି,ସ୍ଥାନୀୟ ତଥା ବାହାରୁ ଆସୁଥିବା ରୋଗୀ ମାନେ ଅସୁବିଧା ର ସମ୍ମୁଖିନ ହେବା ସହ ଡାକ୍ତର ବାବୁ ଙ୍କୁ ହସପିଟାଲ ଚଲାଇବା ରେ ଘୋର ଅସୁବିଧା ର ସମ୍ମୁଖିନ ହେଉଛନ୍ତି,ଅସାମାଜିକ ଯୁବକ ମାନ ଙ୍କୁ ହସପିଟାଲ ପରିସର ରେ ନ ବସିବା ପାଇଁ ବାରମ୍ବାର ମନା କରିବା ସହ ବୁଝାଇ ଆସୁଥିଲେ ହେଁ କୌଣସି ଫଳ ପ୍ରଦ ହେଉ ନାହି ତେଣୁ ପୋଲିସ ପ୍ରଶାସନ ଏଥି ପ୍ରତି ପଦକ୍ଷେପ ଗ୍ରହଣ କରିବା ସହ ରାତ୍ରି ସମୟ ରେ ଅନ୍ତତ& ନାଇଟ ପେଟ୍ରୋଲିଂ କରି ଅସାମାଜିକ ଯୁବକ ମାନଙ୍କ ବିରୁଦ୍ଧ ରେ ଦ଼ଢ କାଯ୍ୟାନୁଷ୍ଟାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବିଜେପୁର ର ସଚେତନ ନାଗରିକ ମାନେ ଦାବୀ କରିଛନ୍ତି |
Sign in
Sign in
Recover your password.
A password will be e-mailed to you.