ସିମୁଳିଆ ବିଧାୟକ ଙ୍କ ଦ୍ଵାରା ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

6

ବାଲେଶ୍ଵର,ଖଇରା/ ବୁଲୁ ଲେଙ୍କା/ବାଲେଶ୍ଵର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ସିମୁଳିଆ ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡାଙ୍କ ଦ୍ଵାରା ତିନି ଗୋଟି ପ୍ରକଳ୍ପ ର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି କେଳାପଲ୍ଲୀ ଛକ ନିକଟରେ ମାର୍କେଟ କମ୍ପ୍ଲେକ୍ସ୍ କୁଆଁର ପୁର ନିକଟରେ ମୁକୁନ୍ଦ ଚରଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ,ମହିଳା ମାନଙ୍କ ପାଇଁ ମହିଳା ସମିତି ଗୃହ ତିନୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା ଓ ତାଙ୍କର ପ୍ରତିନିଧି ଯୂବନେତା ଡା. ଅଣୁମାଧବ ପଣ୍ଡା ।ଏହି ଅବସରରେ ସିମୁଳିଆ ବ୍ଲକ୍ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ୪୦ନଂ ଜୋନ୍ ଜିଲ୍ଲା ପରିଷଦ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଯୂବମୋର୍ଚ୍ଚା ଉପସଭାପତି ଅକ୍ଷୟ ବିଶ୍ଵାଳ, ରାଧାରମଣ ପଟ୍ଟନାୟକ, ଜଗନ୍ନାଥ ଦାସ ଓ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.