(ଶାସକ ପ୍ରଶାସକ / ଖଲ୍ଲିକୋଟ ରୁ ଶିବରାମ ଜେନା : ସ୍ଥାନୀୟ ଖଲ୍ଲିକୋଟ ର ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଅଛି ।ବୈଠକରେ ବିଭନ୍ନ ପ୍ରକାର ର ପ୍ରସ୍ତାବ ଆଗତ କରିଥିଲେ। ସେଥିମଧ୍ୟରୁ କୋଷାଧ୍ୟକ୍ଷ ପଦବୀ ପୂରଣ ପାଇଁ ପ୍ରସ୍ତୁତି ଅନୁଯାୟୀ ପ୍ରମୋଦ କୁମାର ସିଂ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା। ଖଲ୍ଲିକୋଟ ରେଳ ଷ୍ଟେସନ୍ ରେ ଦ୍ରୁତ ଗାମୀ ଟ୍ରେନ୍ ର ରହଣି ଉପରେ ଲିଖିତ ସ୍ମାରକ ପତ୍ର ଭାରତର ପ୍ରଧାନମନ୍ତ୍ରୀ ଙ୍କ ନିକଟ କୁ ପ୍ରେରଣ କରି ଵାର କାର୍ଯ୍ୟକ୍ରମ ହୋଇ ଥିଲା। ଆଗରୁ ବିଭିନ୍ନ ସମୟରେ ରେଳ ରହଣି ପାଇଁ ବରିଷ୍ଠ ନାଗରିକ ମଞ୍ଚ , ତଥା ପ୍ରେସ୍ କ୍ଳବ୍ ତରଫରୁ ନିବେଦନ କରା ଯାଇଥିଲା। ଦ୍ରୃତଗାମୀ ଟ୍ରେନ ଗୁଡିକ ମଧ୍ୟରୁ ହେଲେ,ଭିଶାଖାପାଟଣା ଏକ୍ସପ୍ରେସ୍ , କୋଣାର୍କ ଏକ୍ସପ୍ରେସ, ପୁରୀ ଓଖା ଏକ୍ସପ୍ରେସ୍, ରାଜାରାଣୀ ଏକ୍ସପ୍ରେସ, । କିନ୍ତୁ ଏ ପଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ । ଯଦି ୪ଟି ଟ୍ରେନ ରହଣୀ ପାଇଁ ହୋଇ ପାରିଲା ନାହିଁ। ଅନ୍ତତଃ ଗୋଟିଏ ଏକ୍ସପ୍ରେସ ଟ୍ରେନର ରହଣି ପାଇଁ ବରିଷ୍ଠ ନାଗରିକ ମଞ୍ଚର ଅନୁରୋଧ ରକ୍ଷାକରି ପାରିନାହାନ୍ତି ଉଚ୍ଚ କତ୍ତୃପକ୍ଷ ଏହା ଵଡକ୍ଷୋଭ ର ବିଷୟ ପାଲଟିଥିଲା ସଭାପତି ଙ୍କ ବୟାନ ରେ ବୋଲି ଜଣାପଡିଛି। ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଔଷଧ ବିତରଣ ପାଇଁ ଦୁଇଟି ଝରକା ଫାଙ୍କର ବ୍ୟବସ୍ଥା ଅଛି, ଗୋଟିଏ ପାଖ ପୁରୁଷ ଓ ଅନ୍ୟଟି ସ୍ତ୍ରୀଲୋକଙ୍କ ପାଇଁ, କିନ୍ତୁ ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ଘଣ୍ଟା ଘଣ୍ଟା ସମୟରେ ଠିଆ ହୋଇ ଔଷଧ ବିତରଣ
କେନ୍ଦ୍ର ରୁ ଔଷଧ ଆଣିବା ଦୁଃସହ ବ୍ୟାପାର ହୋଇ ପଡ଼ୁଛି ବୋଲି ଲିଖିତ ଆକାରରେ ଭାରପ୍ରାପ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ତଥା ମୁଖ୍ୟ ଚିକିତ୍ସାଧିକାରୀ ବ୍ରହ୍ମପୁର ଙ୍କୁ ପଠାଇ ବା ପାଇଁ ନିଷ୍ପତ୍ତି ନେଇଥିବା କଥା ସଭାପତି ପ୍ରକାଶ କରିଛନ୍ତି।
ଏଅଵସରରେ ଉପସ୍ଥିତ ଥିଲେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଡ଼ଃ ହରପ୍ରସାଦ ମହାପାତ୍ର, ସଂପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, କାର୍ଯ୍ୟ କାରିଣୀ ସଭାପତି ବିପିନ୍ ବିହାରୀ ସାମନ୍ତ , ଓ କୋଷାଧ୍ୟକ୍ଷ ପଦବୀ ରେ ନୂତନତ୍ବ ପ୍ରମୋଦ କୁମାର ସିଂ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗ ଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.