ଜଗତସିଂହପୁର -ତା 02.08.2024 ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ , ସ୍ଵାଧୀନତା ସଂଗ୍ରାମୀ, ଭାଗୀରଥି ମହାପାତ୍ର ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୌର ପରିଷଦ ପରିସରରେ ଥିବା ଭାଗୀରଥି ମହାପାତ୍ର ଙ୍କ ପ୍ରତିମୂର୍ତ୍ତି ରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହି ମହାନ ବ୍ୟକ୍ତି 24 ଏପ୍ରିଲ 1892 ରେ ଜନ୍ମ ଗ୍ରହଣ କରିଥିଲେ ଓ 2 ଅଗଷ୍ଟ 1975 ରେ ଇହଲୀଳା ସମ୍ବରଣ କରିଥିଲେ। ଜଣେ ବିପ୍ଳବୀ ଭାରତୀୟ ଜାତୀୟ କଂଗ୍ରେସ ନେତା ଭାବେ ଭାବେ ସେ ରାଜ୍ୟ ସଭାରେ ଓଡ଼ିଶା ର ପ୍ରତିନିଧିତ୍ଵ କରିଥିଲେ।ଆହୁରି ମଧ୍ଯ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ର ପ୍ରତିଷ୍ଠାତା ସମ୍ପାଦକ ଭାବେ କାର୍ଯ୍ୟ କରିବା ସହ ସ୍ଵରାଜ ଆଶ୍ରମ ର ଟ୍ରଷ୍ଟି ଥିଲେ। ମହାନ୍ ପୁରୁଷ ସ୍ଵର୍ଗତ ମହାପାତ୍ର ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଅଂଶ ଗ୍ରହଣ କରିବା ସହ ସମାଜରୁ ଦୁର୍ନୀତି, ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ପବିତ୍ର ତିଥି ଅବସରରେ ପୌରପରିଷଦ ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ,ନିର୍ବାହୀ ଅଧିକାରୀ ପୌରପରିଷଦ କଳ୍ପିତା କୁମାରୀ ଜେନା,ପୌର ପରିଷଦ ମୁଖ୍ୟ ସହାୟକ ଦୀପକ ପଟ୍ଟନାୟକ , ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.