କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରସ୍ତୁତି ବୈଠକ

5

ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ପୁର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ଘୁମୁସର ତହସିଲଦାର କାର୍ଯ୍ୟାଳୟ, ଭଞ୍ଜନଗର ପତ୍ର ସଂଖ୍ୟା – ୩୩୯୯ ପ୍ରକାରେ ଦେବୋତ୍ତର ବିଭାଗ ପକ୍ଷରୁ ଘୁମୁସର ଭଞ୍ଜବଶଂର ପ୍ରତିଷ୍ଠିତ ଐତିହ୍ୟ କୀର୍ତ୍ତି ରାଜି ସମ୍ପର୍ଣ୍ଣ ଶ୍ରୀ ଜଗନ୍ନାଥ ମନ୍ଦିର ର ବିଭିନ୍ନ ନିତି ନୀୟମ ପରମ୍ପରା, ପ୍ରସାଦ ଭୋଗ ଓ ମନ୍ଦିର ର ଆନୁସଙ୍ଗିକ ଉନ୍ନତି କଳ୍ପେ ଆଲୋଚନା ପାଇଁ, ଭଞ୍ଜନଗର ତହସିଲଦାର ଙ୍କ ଦ୍ଵାରା ପ୍ରଦତ୍ତ ଚିଠି ଅନୁସାରେ ଏକ ସାଧାରଣ ବୈଠକ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଭାଗବତ ମଣ୍ଡପରେ ଆଜି ଅଗଷ୍ଟ ମାସ ୨ ତାରିଖ ୨୦୨୪ ଶୁକ୍ରବାର ମଧ୍ୟାହ୍ନ ୪:୩୦ ମିନିଟ୍ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିରର ବର୍ତ୍ତମାନ ସେବା ଦାୟିତ୍ୱ ତୁଲାଇଥିବା ସେବକଙ୍କ ସହିତ ପୂର୍ବରୁ ସେବା କରିଥିବା/ ବର୍ତ୍ତମାନ ସେବାରୁ ନିବୃତ ଥିବା କେବଳ ଯାନିଯାତ୍ରା ସମୟରେ ସହଯୋଗ କରୁଥିବା ସେବାୟତ, କୁଲାଡ ଗ୍ରାମର ସମସ୍ତ ବୁଦ୍ଧିଜୀବୀ, ବ୍ୟବସାୟୀ, ଧାର୍ମିକ ଓ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷ ଙ୍କୁ ନେଇ ଏକ ବିରାଟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ମାନନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୀଲ କୁମାର ସେଠୀ ମହୋଦୟ ତଥା ମନ୍ଦିର ଟ୍ରଷ୍ଟ୍ ର ଟ୍ରଷ୍ଟି ଅଧ୍ୟକ୍ଷତା କରିଥିଲେ। ତତ୍ ସହିତ ତହସିଲଦାର ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ମାନ୍ୟବର ଅତିରିକ୍ତ ତହସିଲଦାର ଶ୍ରୀ ଅବିନାଶ କୁମାର ମାହାର, ଆର୍ ଆଇ ଶ୍ରୀ ଭଗବାନ୍ ବେହେରା, ଅମିନ ଶ୍ରୀ ଟୁକୁନା ପ୍ରଧାନ ଙ୍କ ସହିତ ବିଶ୍ବହିନ୍ଦୁ ପରିଷଦର ଶ୍ରୀ ମୁରଲୀଧର ପଣ୍ଡା, ଶ୍ରୀ ସୁଧିର ନାୟକ, ରାଜ ପୁରୋହିତ, ପୁର୍ବତନ ସଂସ୍କୃତ ପଣ୍ଡିତ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ। କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ଦିର୍ଘବର୍ଷ ହେଲା ଘୋର ଅବ୍ୟବସ୍ଥା, ଦେବୋତ୍ତର ବିଭାଗ ଓ ପୁର୍ବ ସରକାରଙ୍କ ବୈମାତୃକ ଯୋଗୁଁ ଭଞ୍ଜବଶିଂୟ ଶେଷ ଐତିହାସିକ କୀର୍ତ୍ତିରାଜି ବହନ କରୁଥିବା ଅବିକଳ ଦୁତୀୟ ଶ୍ରୀକ୍ଷେତ୍ର କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ର ଅବକ୍ଷୟ ହେବାକୁ ବସିଲାଣି। ଆଜିର ବୈଠକ ରେ ସେବାୟତ ମାନଙ୍କ ଭିତରେ ଥିବା ମତାନ୍ତର ଓ ମନାନ୍ତର ଏବଂ ପ୍ରଭୁ ଙ୍କ ବିଭିନ୍ନ ସେବାରେ ବିଭ୍ରାଟ ହେଉଥିବା ବିଷୟ, ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମାନ୍ୟବର ଉପଜିଲ୍ଲାପାଳ ଓ ତହସିଲଦାରଙ୍କୁ ଅବଗତ କରାଇଥିଲେ। ଏଥି ସହିତ ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକ୍ ରେ ଥିବା କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଜମିକୁ ପ୍ରଶାସନ ଦ୍ଵାରା ଚିହ୍ନଟ କରି ମନ୍ଦିର ନାମରେ ପଟ୍ଟା କରାଯାଉ ଏବଂ ଉପଯୁକ୍ତ ମହସୁଲ୍ ଆର୍.ଆଇ ଙ୍କ ମାଧ୍ୟମରେ ଗ୍ରହଣ କରାଯାଇ ମହାପ୍ରଭୁଙ୍କ ନାମରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଜମା କରାଯିବାକୁ ସାଧାରଣ ରେ ଚର୍ଚ୍ଚା ଧରିଥିଲା। ଏଥିସହିତ ମନ୍ଦିର ପାର୍ଶ୍ଵରେ ଥିବା ୨୨ ପାବଛ ଭଳି ବାଇସି ଗୋଟି ଦୋକାନ ଗୃହ ଗୁଡ଼ିକ ର ଅଗ୍ରିମ ଟଙ୍କା ଓ ମାସିକ ଭଡ଼ା ଟଙ୍କା କୁ ଉପଜିଲ୍ଲାପାଳ ଓ ତହସିଲଦାର ଙ୍କ ନିଯୁକ୍ତ ଆର୍ ଆଇ ଙ୍କ ଦ୍ୱାରା ପ୍ରତି ମାସରେ ସଂଗ୍ରହ କରି ବ୍ୟାଙ୍କ୍ ଆକାଉଣ୍ଟ୍ ରେ ଜମା କରାଯାଉ। ତତ୍କାଳୀନ ସରକାର ଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ପ୍ରଦତ୍ତ ଏକ କୋଟି ଆଠାଅଶୀ ଲକ୍ଷ ଟଙ୍କାର ସୁ ବିନିଯୋଗ କରାଯାଉ। ୧୯୯୩ ମସିହାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ର ପ୍ରାୟ ୧୦ କେଜି ସୁନା , ୮୦ କେଜି ରୁପା ଅଳଙ୍କାର ଓ ବିଭିନ୍ନ ମୁଲ୍ୟବାନ୍ ପଥର ଚୋରି ହୋଇଯାଇଥିବା ସମ୍ବଦ୍ଧରେ ବର୍ତ୍ତମାନ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବିଧାନସଭା ରେ ଉପସ୍ଥାପନା କରିବା ପାଇଁ ଆଜିର ଏହି ବୈଠକ ରେ ଦାବି ହୋଇଥିଲା। ଯାହାଫଳରେ ମହାପ୍ରଭୁଙ୍କୁ ମୁଲ୍ୟବାନ୍ ତଥା ଦୁର୍ଲଭ ସମ୍ପତ୍ତି ଫେରି ଆସିଵ ଫଳରେ କୁଲାଡ ଶ୍ରୀଜଗନ୍ନାଥ ମନ୍ଦିର ସମସ୍ତ ଜନସାଧାରଣଙ୍କ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ହୋଇପାରିବ ବୋଲି ମଧ୍ୟ ସାଧାରଣ ରେ ଚର୍ଚ୍ଚା ହୋଇଅଛି।

Leave A Reply

Your email address will not be published.