ଲୋକଙ୍କ ପାଇଁ କାମ ଜାରି ରଖୁବାକୁ ନବୀନ ପଟ୍ଟନାୟକଙ୍କ ପରାମର୍ଶ
ଭୁବନେଶ୍ୱର: ମୟୁରଭଞ୍ଜ ବିଜୁ ଜନତା ଦଳର ନେତୃବୃନ୍ଦ ଆଜି ସଂନ୍ଧ୍ୟାରେ ନବୀନ ନିବାସଠାରେ ବିଜୁ ଜନତା ଦଳର ସଭାପତି ତଥା ବିରୋଧ ଦଳର ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଜିଲ୍ଲାର ସଂମ୍ପ୍ରତିକ ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନ ଲୋଚନା କରିଥିଲେ
ମୟୁରଭଞ୍ଜ ଜିଲ୍ଲାର ସାମଗ୍ରୀକ ବିକାଶ ତଥା ଜନସାଧାରଣ ବିଶେଷ କରି ଜନଜାତି ସଂମ୍ପ୍ରଦାୟର ଶିକ୍ଷା, ସ୍ଵାସ୍ଥ୍ୟ ଆଦି ବିକାଶ କ୍ଷେତ୍ରରେ ବିଜୁ ଜନତା ଦଳ ସରକାର ସମୟରେ ନିଆଯାଇଥୁବା ପଦକ୍ଷେପ ପାଇଁ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ । ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନା ଜିଲ୍ଲାର ବିକାଶରେ ମାଇଲ୍ଖୁଣ୍ଟ ହୋଇ ରହିବ ବୋଲି ସେମାନେ ମତ ଦେଇଥିଲେ । ସେହିପରି ସାନ୍ତାଳି ଭାଷାକୁ ସାମ୍ବିଧାନିକ ଭାଷାର ମର୍ଯ୍ୟଦା ଦେବା ତଥା ସାନ୍ତାଳି ଭାଷାର ସୁରକ୍ଷା ଓ ପ୍ରସାର ଦିଗରେ ପୂର୍ବ ସରକାରର ଐତିହାସିକ ପଦକ୍ଷେପକୁ ଜିଲ୍ଲାବାସୀ ସବୁ ଦିନ ମନେରଖିବେ ବୋଲି ସେମାନେ କହିଥିଲେ |
ମତୀ ପ୍ରତିନିଧୁ ଦଳରେ ପୂର୍ବତନ ଉପ-ବାଚଷ୍ପତି ଶ୍ରୀ ସାନନ୍ଦ ମାଣ୍ଡି, ପୂର୍ବତନ ମନ୍ତ୍ରୀ ଶ୍ରୀମ ବାସନ୍ତୀ ହେମ୍ବ୍ରମ, ପୂର୍ବତନ ବିଧାୟକ ଶ୍ରୀ ରାଜକିଶୋର ଦାସ ଓ ଗଣେଶ୍ଵର ପାତ୍ର, ଜିଲ୍ଲା ପରିଷଦ ସଭାପତି ଭାରତୀ ହାସଂଦା, ବିଧାୟକ ପ୍ରାର୍ଥୀଗଣ ସର୍ବଶ୍ରୀ ସୋମନାଥ ସୋରେନ୍, ଦେବାଶିଷ ମାଣ୍ଡି, ରାଇସେନ ମୁର୍ମୁ, ଶ୍ରୀମତୀ ପ୍ରୀତିନନ୍ଦା କାନୁନଗୋ, ଅନସୁୟା ପାତ୍ର, ବାରିପଦା ମୁନିସ୍ପାଲିଟିର ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ମୟୁରଭଞ୍ଜ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ମୟୁରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ସୁବ୍ରମଣ୍ୟମ ମହାନ୍ତି, ଶ୍ରୀ ଦେବାଶିଷ ମହାନ୍ତି ଓ ଜିଲ୍ଲାର ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ମୟୁରଭଞ୍ଜର ବିକାଶ କ୍ଷେତ୍ରରେ ବିଜୁ ଜନତା ଦଳ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଜିଲ୍ଲାବାସୀ ସହଯୋଗ କରିଆସିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରି ବିଜୁ ଜନତା ଦଳର ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଜିଲ୍ଲାରେ ଆହୁରି ବ୍ୟାପକ କରିବା ସଙ୍ଗେ ସଙ୍ଗେ ଦଳର ସଂଗଠନକୁ ଆହୁରି ସୁଦୃଢ଼ କରିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ |