ମିଶନ ଶକ୍ତି ବିଭାଗ କାର୍ଯ୍ୟକଳାପର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

5
  • ଗତକାଲି ବିଳମ୍ବ ରାତି ଚାଲିଲା ଏହି ସମୀକ୍ଷା ବୈଠକ

  • ସ୍ୱୟଂ ସହାୟକ ଗୋଷ୍ଠୀ ମା’ମାନଙ୍କ ଦ୍ୱାରା କୁଟୀର ଶିଳ୍ପକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ

  • ନିଛକ ଓଡିଆ ଖାଦ୍ୟ ଯଥା ପିଠାପଣାକୁ ବିଶ୍ୱସ୍ତରୀୟ କରିବାକୁ କର ଯୋଜନା

  • ଏସ୍ଏଚଜି ଋଣରାଶିର ବିନିଯୋଗ ଉପରେ କରାଯିବ ତଦାରଖ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ବିଭାଗର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକଳାପର ବିସ୍ତୃତ ସମୀକ୍ଷା କରିଥିଲୋ ଏହି ବୈଠକରେ ବିକଶିତ ଓଡିଶାର ସ୍ୱପ୍ନକୁ ସାକାର କରିବାରେ ମିଶନ ଶକ୍ତି ବିଭାଗର ଗୁରତ୍ୱପୁର୍ଣ ଭୂମିକା ଉପରେ ଶ୍ରୀମତୀ ପରିଡା ଗୁରୁତ୍ୱାରୋପ କରିଥିଲୋ ଏଥି ସହିତ ମିଶନ ଶକ୍ତି ଜରିଆରେ ଓଡ଼ିଶାର ମହିଳା ସଶକ୍ତିକରଣ ଏବଂ ମା’ମାନଙ୍କର ସାମାଜିକ ତଥା ଅର୍ଥନୈତିକ ବିକାଶ ସମ୍ବନ୍ଧରେ ଆଲୋକପାତ କରିଥିଲୋ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମିଶନ ଶକ୍ତି ବିଭାଗ ଅଧୀନରେ ଚାଲିଥିବା ଯୋଜନା ତଥା କାର୍ଯ୍ୟକଳାପର ସମୀକ୍ଷା କରି ମହିଳାଙ୍କ ଜୀବିକା ତଥା ଉଦ୍ୟୋଗ ବୃଦ୍ଧିରେ ସେମାନଙ୍କର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲୋ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ଓଡ଼ିଶାର ନିଚ୍ଛକ ଖାଦ୍ୟ ପିଠାପଣା ତଥା କୁଟୀର ଶିଳ୍ପକୁ ତ୍ୱରାନ୍ୱିତ କରିବାକୁ ସେ ପ୍ରାଧାନ୍ୟ ଦେଇଥିଲୋ ଏହା ସହ ବ୍ୟାଙ୍କ ସଂଯୋଗ ଦ୍ୱାରା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପ୍ରଦତ୍ତ ଋଣର ସଠିକ ବିନିଯୋଗକୁ ତଦାରଖ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତିା ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଏବଂ ବଜାରସଂଯୋଗ ପଦକ୍ଷେପ ଆଦିର ମୂଲ୍ୟାଙ୍କନ କରି ଏହାର କାର୍ଯ୍ୟକାରିତାକୁ ତୃଣମୂଳ ସ୍ତରରେ ଅଧିକ ପ୍ରଭାବଶାଳୀ କରିବା ପାଇଁ ସେ ଦୃଢ ମତ ରଖିଥିଲୋ
ଏହି ଆଲୋଚନାରେ ଶ୍ରୀମତୀ ପରିଡା ମିଶନ ଶକ୍ତିର ସମସ୍ତ କାର୍ଯ୍ୟକ୍ରମକୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଇ ଏକ ସମୃଦ୍ଧ ତଥା ବିକଶିତ ଓଡିଶା ଗଠନ ନିମନ୍ତେ ଆହ୍ୱାନ ଦେଇଥିଲୋ ଏହି ବୈଠକରେ ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ, ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଓଡିଶା ଜୀବିକା ମିଶନ ଶ୍ରୀ ଭିନୀତ ଭରଦ୍ୱାଜ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲୋ

 

Leave A Reply

Your email address will not be published.