ବିଜୁ ଜନତା ଦଳ ସଭାପତି ଙ୍କୁ ଭେଟିଲେ ଗଞ୍ଜାମ ଜିଲ୍ଲା ନେତୃବୃନ୍ଦ

5

ଜିଲ୍ଲା ସ୍ତରୀୟ ବୈଠକ ବସି ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ

ଭୁବନେଶ୍ୱର: ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ନେତୃବୃନ୍ଦ ଆଜି ସନ୍ଧ୍ୟା ରେ ନବୀନ ନିବାସ ଠାରେ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟନାୟକ ଙ୍କୁ ସାକ୍ଷାତ କରି ଜିଲ୍ଲା ରେ ଦଳ ର ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୂତ କରିବା ବିଷୟରେ ଆଲୋଚନା କରିଥିଲେ |
ଜିଲ୍ଲା ସ୍ତରରେ ପରିବର୍ଦ୍ଧିତ executive body ବୈଠକ ଖୁବ ଶୀଘ୍ର ଆହୁତ କରି ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା |
ଦଳ ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେଡି ସରକାର ଗଞ୍ଜାମର ବିକାଶ ପାଇଁ ଅନେକ କାମ କରିଛନ୍ତି |
ତେଣୁ ଲୋକଙ୍କ ସହ ସମ୍ପର୍କକୁ ମଜବୂତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ |
ପୂର୍ବରୁ ଗଞ୍ଜାମର ନେତା ମାନେ ଶଙ୍ଖ ଭବନରେ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଙ୍କ ଉପସ୍ଥିତିରେ ଦଳ ର ସଂଗଠନ କୁ ସୁଦୁଢ କରିବା ଉପରେ ଆଲୋଚନା କରିଥିଲେ |
ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ, ବିକ୍ରମ ଆରୁଖ, ଉଷା ଦେଵୀ, ପୂର୍ଣଚନ୍ଦ୍ର ସ୍ୱାଇଁ, ଲତିକା ପ୍ରଧାନ ରମେଶ ଚାଉ ପଟ୍ଟନାୟକ, ଭୃଗୁ ବକ୍ସିପାତ୍ର, ରଂଜିତା ସାହୁ, ବିକ୍ରମ ପଣ୍ଡା, ଶ୍ରୀରୁପ ଦେଓ, ବିପ୍ଳବ ପାତ୍ର, ସଂଘମିତ୍ରା ସ୍ୱାଇଁ, ଶ୍ରୀକାନ୍ତ ସାହୁ, ମଞ୍ଜୁଳା ସ୍ୱାଇଁ, ସୂର୍ଯ୍ୟମଣୀ ବୈଦ୍ୟ, ସୁବାଷ ବେହେରା, ସୁଲକ୍ଷଣା ଦେବୀ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ଏବଂ ଜିଲ୍ଲା ଛାତ୍ର ଯୁବ ଓ ମହିଳା ଶାଖା ସଭାପତି ମାନେ ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଆଲୋଚନା କରିଥିଲେ।

Leave A Reply

Your email address will not be published.