ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆଇ. କ୍ୟୁ. ଏ. ସି. ର ମିଳିତ ଆନୁକୁଲ୍ୟରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବ ରେ ” ସମ୍ବଲପୁରୀ ଗୀତ୍ ଆର୍ ଆମର ସଂସ୍କୃତି” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଅଛି। ଏହି ଆଲୋଚନା ଚକ୍ରରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ, ଶ୍ରୀ ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ଡଃ ଅକ୍ଷୟ କୁମାର ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରାଧ୍ୟାପକ ଶ୍ରୀ ଖଗେଶ୍ବର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାଧ୍ୟାପକ ଡଃ ସରୋଜ କୁମାର ନାୟକ କାର୍ଯକ୍ରମ ର ପରିଚାଳନା କରିଥିଲେ। ସର୍ବପ୍ରଥମେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ମହୋଦୟ ସମସ୍ତ ଆମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ସମ୍ବଲପୁରୀ ଭାଷା ର ଉତ୍ପତ୍ତି ଏବଂ ସମ୍ବଲପୁରୀ ଦିବସ ପାଳନ ର କାରଣ ଉପରେ ଆଲୋକପାତ କରି କେତେକ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଗାନ କରି ଛାତ୍ରଛାତ୍ରୀମାନଙ୍କୁ କବି ହେବା ପାଇଁ ଉତ୍ସାହିତ କରିଥିଲେ। ଶ୍ରୀ ଗୌନ୍ତିଆ ଅଞ୍ଚଳ ମହାବିଦ୍ୟାଳୟ ର ପାଠାଗାର କୁ ନିଜର ଦୁଇ ଗୋଟି ପୁସ୍ତକ “ମିତ୍ରଭାନୁ ଗ୍ରନ୍ଥାବଳୀ” ଓ “ତାଗେ ସୂତା ମାଲେ ଫୁଲ୍” ଦାନ କରିଥିଲେ । ଏହା ପରେ ଶ୍ରୀ ବିଭୂତି ପଟ୍ଟନାୟକ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମ୍ବଲପୁରୀ ଗୀତ ଗାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ଦୁଃଖୀଶ୍ୟାମ ତ୍ରିପାଠୀ ସମ୍ବଲପୁରୀ ଭାଷା ର ଲୋକପ୍ରିୟତା ଉପରେ ଆଲୋକପାତ କରି ଓଡ଼ିଆ ଏବଂ ସମ୍ବଲପୁରୀ ଗୀତ ଗାନ କରିଥିଲେ। ଡଃ ଅକ୍ଷୟ କୁମାର ପଣ୍ଡା ସମ୍ବଲପୁରୀ ଭାଷା ର ମହତ୍ତ୍ଵ ଉପରେ ଆଲୋକପାତ କରି ସମ୍ବଲପୁରୀ କବୀ ମାନଙ୍କ ର ଅବଦାନ ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ। ଏହି ଦିବସ ଉପଲକ୍ଷେ ଅଧ୍ୟାପକ ଶ୍ରୀ ସନ୍ତୋଷ କୁମାର ମିଶ୍ର ଙ୍କ ଲିଖିତ ପୁସ୍ତକ “କଥା ସରିତ୍ ସାଗର” ର ଉନ୍ମୋଚନ ହୋଇଥିଲା। ଅଞ୍ଚଳ ମହାବିଦ୍ୟାଳୟ ର ପରିଚାଳନା କମିଟିର ସଭାପତି ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସମ୍ବଲପୁରୀ ଦିବସ ଉପଲକ୍ଷେ ନିଜର ଅଭିଭାଷଣ ଦେଇଥିଲେ। କାର୍ଯକ୍ରମ ର ଶେଷରେ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମ ରେ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଶ୍ରୀ ନବ କୃଷ୍ଣ ମିଶ୍ର, ଶ୍ରୀ ତାରା ପ୍ରସାଦ ଶତପଥୀ, ଶ୍ରୀ ପ୍ରମୋଦ କୁମାର ତ୍ରିପାଠୀ, ଶ୍ରୀ ସନ୍ତୋଷ କୁମାର ମିଶ୍ର, ଡଃ ତୁଷାରକାନ୍ତ ସାହୁ, ଶ୍ରୀ ପ୍ରମୋଦ କୁମାର ପାଣିଗ୍ରାହୀ, ଶ୍ରୀ ଜୟ କୁମାର ଭୁଏ, ଶ୍ରୀମତୀ ପଦ୍ମିନୀ ଦୋରା ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀମତୀ ତାପିନୀ ପଣ୍ଡା, ଶ୍ରୀମତୀ ଶର୍ମିଲା ପଣ୍ଡା ଏବଂ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.