ପଦ୍ମପୁର /ଶିବାଶିଷ ପଟ୍ଟନାୟକ :-ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ସମ୍ମିଳନୀ ପ୍ରକୋଷ୍ଠ ରେ ନୂତନ ଭାବରେ ନାମ ଲେଖାଇଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି। ସଭା ପ୍ରାରମ୍ଭରେ ଶ୍ରୀ ପଣ୍ଡା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ଜଣାଇ ଅନୁଷ୍ଠାନ ର ଇତିହାସ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରି ଅନୁଷ୍ଠାନ ର ବିଶିଷ୍ଟ ଉପଲବ୍ଧିଗୁଡ଼ିକ ବିଷୟରେ ମଧ୍ୟ ତଥ୍ୟ ପ୍ରଦାନ କରିଥିଲେ। ଏହା ପରେ ପ୍ରାଧ୍ୟାପକ ଶ୍ରୀ ପ୍ରଭାତ କୁମାର ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ଜଣାଇ ମହାବିଦ୍ୟାଳୟ ର ନୀତି ନିୟମ ଗୁଡିକ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟର ଡ୍ରେସ କୋଡ଼ ଓ ପରିଚୟ ପତ୍ର ବିଷୟରେ ଜଣାଇ ଓଡ଼ିଶା କ୍ୟାରିଅର ପୋର୍ଟାଲ ବିଷୟରେ ସଚେତନ କରିଥିଲେ। ଏହା ସହିତ ରାଗିଂ ଫ୍ରି କ୍ୟାମ୍ପସ, କାଉନସିଲ ସିଲାବସ, ଇ-ବୁକ୍, ଅବିଭାବକ-ଶିକ୍ଷକ ସଭା ଇତ୍ୟାଦି ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ଏହା ପରେ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ ସମସ୍ତଙ୍କୁ ସ୍ଵାଗତ ଜଣାଇ କଲେଜ କ୍ୟାମ୍ପସ ରେ ଶୃଙ୍ଖଳା ରକ୍ଷା କରି ପାଠପଢ଼ା ପ୍ରତି ବିଶେଷ ଭାବରେ ଧ୍ୟାନ ଦେଇ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ମାନଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ପ୍ରାଧ୍ୟାପକ ଶ୍ରୀ ଖଗେଶ୍ବର ଦାସ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ। ଏହା ପରେ ପରେ ମହାବିଦ୍ୟାଳୟର ସମସ୍ତ ବିଭାଗୀୟ ମୁଖ୍ୟମାନେ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ-ଅଧ୍ୟାପିକା ଙ୍କ ପରିଚୟ ପ୍ରଦାନ କରି ନିଜ ବିଷୟ ର ପାଠ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ । ସଭା ଚାଲୁଥିବା ସମୟରେ ମହାବିଦ୍ୟାଳୟର କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ବିଭିନ୍ନ କାର୍ଯକ୍ରମ ଗୁଡ଼ିକ ବିଷୟରେ ପିପିଟି ପ୍ରଦର୍ଶନୀ କରାଯାଇଥିଲା। ସଭା ଶେଷରେ ଅଧ୍ୟାପକ ଶ୍ରୀ ବଳରାମ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ମହାବିଦ୍ୟାଳୟ ର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.