ଜଗତସିଂହପୁର,ତା-୦୧.୦୮.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ “ବିଶ୍ବ ସ୍ତନ୍ୟପାନ ସପ୍ତାହ” ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅଗଷ୍ଟ ମାସ 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ବିଶ୍ବରେ ପାଳିତ ହୋଇଆସୁଅଛି । ଉକ୍ତ ସଭାରେ ଜିଲ୍ଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ବାଗତ କରିଥିଲେ ଓ ଅଭିଭାଷଣରେ ଏହି ଦିବସ ପାଳନର ଉଦେଶ୍ୟ ବିଷୟରେ ଆଲୋକପାତ କରି। ସେ କହିଲେ ଆମ ସମସ୍ତଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ଯେ ଶିଶୁ ଜନ୍ମ ହେବା କ୍ଷଣି ଯେତେ ଶୀଘ୍ର ସମ୍ଭବ 1 ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରାଇବା। ସମସ୍ତ ମାଆ ମାନଙ୍କୁ ଗର୍ଭବତୀ ଥିବା ସମୟରୁ ମାନସିକ ଭାବେ ପ୍ରସ୍ତୁତି କରିବା ଉଚିତ ଏବଂ ତା ପରିବାର ମଧ୍ୟ ସଚେତନ ହେବା ଦରକାର, ଶିଶୁକୁ କେବଳ ମାଆ କ୍ଷୀର ଛଅ ମାସ ପର୍ଯ୍ୟନ୍ତ ଖାଇବାକୁ ଦେବା ଉଚିତ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ ଜେନା ସ୍ତ୍ରୀ ରୋଗ ବିଶେଷଜ୍ଞ ସ୍ତନ୍ୟପାନ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧି ନିମନ୍ତେ ନିତାନ୍ତ ଜରୁରୀ ଓ ଏହା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ ଏବଂ କେଉଁ ପୋଜିସନରେ ମାଆ ଶିଶୁକୁ ଭଲରେ ସ୍ତନ୍ୟପାନ କରାଇପାରିବ, ସ୍ତନ୍ୟପାନ କରାଇବା ଦ୍ବାରା ଶିଶୁ ସହ ମାଆର ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବା ସହ ପରିବାରର ଆର୍ଥିକ ସମସ୍ୟା ଦୂର ହୁଏ, ସେସବୁ ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ପଟ୍ଟନାୟକ ସ୍ତନ୍ୟପାନ ଚଳିତ ସମାଜରେ ଥିବା ଅନ୍ଧ ବିଶ୍ବାସ ଓ ଆଧୁନୀକରଣ ଜନିତ ସମସ୍ୟା ଯଥା ଦାମୀ ଡବା କ୍ଷୀର ଯାହାକି ପିଲାର କୌଣସି ପୁଷ୍ଟି ସାଧନ କରେନାହିଁ, ସେସବୁ ପ୍ରତି ଆକୃଷ୍ଟ ପିତାମାତାଙ୍କୁ ସଚେତନ କରିବା ଆମ ସମସ୍ତଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ । ଗର୍ଭବତୀ ଥିବା ସମୟରେ ହିଁ ସ୍ବାସ୍ଥ୍ୟକର୍ମୀ ଓ ଆଶାକର୍ମୀ ସେମାନଙ୍କୁ ଅବଗତ କରାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ଡି.ପି.ସି. ବିପିନି ବିହାରୀ ପାତ୍ର ଏକ ଓଡ଼ିଆ ରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ସ୍ତନ୍ୟପାନର ଗୁରୁତ୍ବ ଉପରେ ଅବଗତ କରାଇଥିଲେ । ନର୍ସିଂ ଅଫିସର ଖୁଲଣା ବେହେରା ମଧ୍ୟ ସ୍ତନ୍ୟପାନର ଉପାଦେୟତା ଓ ଏହା କିପରି ଶିଶୁଙ୍କୁ ଜନ୍ମ ହେବା କ୍ଷଣି ଯେତେଶୀଘ୍ର ସମ୍ଭବ କରାଇଲେ, ଶିଶୁ ସୁସ୍ଥ ହେବା ସହ ତାର ଶାରୀରିକ ଓ ମାନସିକ ଅଭିବୃଦ୍ଧି ହୋଇଥାଏ ବୋଲି କବିତା ମାଧ୍ୟମରେ ବାର୍ତ୍ତା ରଖିଥିଲେ । ସ୍ତନ୍ୟପାନ କରାଉଥିବା ମାଆମାନେ ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଏକ କୁଇଜ ପ୍ରତିଯୋଗିତା କରାଯାଇ, ସଠିକ ଉତ୍ତର ଦେଇଥିବା ମାଆମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜଗତସିଂହପୁରର ବ୍ଲକ ର ଭାଇସ ଚେୟାରମ୍ୟାନ ରତିରଞ୍ଜନ ବେହେରା ଯୋଗଦେଇ ମାଆମାନଙ୍କୁ ସ୍ତନ୍ୟପାନ ନିମନ୍ତେ ସଚେତନ କରିବା ସହ ପୁରସ୍କାର ବିତରଣରେ ଯୋଗଦାନ କରିଥିଲେ । ଅସିତ ଦାଶ ମଧ୍ଯ ସ୍ତନ୍ୟପାନ ବିଷୟରେ ନିଜ ଶିଶୁ ନିମନ୍ତେ କିପରି ଅନ୍ଧବିଶ୍ବାସର ଶିକାର ହୋଇଥିଲେ ଅନୁଭୂତି ଅବଗତ କରାଇଥିଲେ । ଉକ୍ତ ସଭାରେ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ସଚେତନତା ପାଇଁ ଋଷିଷ୍ଟ ଲିଫଲେଟ କାଉନସେଲିଙ୍ଗ ସମୟରେ ବ୍ୟବହାର କରିବାକୁ ପରାମର୍ଶ ଦେବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଜିଲ୍ଲାସ୍ତରରୁ ସମସ୍ତ ନସିଂ ଅଫିସରମାନଙ୍କ ସହ ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ସଚିନ ସାହୁ, କାଉନ୍ସେଲର ସସ୍ମିତା କାନୁନଗୋ, ସୁସ୍ମିତା ରାଉତ, ରାଜେନ୍ଦ୍ର ସେଠି, ମହିମା ଓ ନାରାୟଣୀ ସ୍କୁଲ ଅଫ ନସିଂର ପ୍ରିନସିପାଲ ଏବଂ ଛାତ୍ରଛାତ୍ରୀ, ଆଶାକର୍ମୀ, ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post