
ଗାଇସିଲାଟ/ମନ ଡନସନା- ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟ ଠାରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପ୍ରଥମ ବର୍ଷର ନୂତନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ସଭାପତିତ୍ଵ କରିଥିଲେ । ଇତିହାସ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଦୀପ ପଧାନ, ଗଣିତ ବିଭାଗର ପ୍ରାଧ୍ୟାପକ ମନୋଜ କୁମାର ପଣ୍ଡା, ସଂସ୍କୃତ ବିଭାଗୀୟ ମୁଖ୍ୟ ନାରାୟଣ ମିଶ୍ର ମଞ୍ଚାସୀନ ହୋଇଥିଲେ । ଅଧ୍ୟକ୍ଷଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କ ଚରିତ୍ର ଗଠନ ଉପରେ ଗୁରୁତ୍ଵାରୋପ କରିଥିଲେ । ଦ୍ଵିତୀୟ ଅଧିବେଶନରେ ସମ୍ବଲପୁରୀ ଦିନ ପାଳିତ ହୋଇଥିଲା ।ଏହି ସଭାରେ ମଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ସଭାପତିତ୍ଵ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ ଓ କୋଶଳୀ କବି ନିରଞ୍ଜନ ପଣ୍ଡା ଓ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ରଞ୍ଜନ ପଣ୍ଡା ମଞ୍ଚାସୀନ ହୋଇଥିଲେ । ଖେଳ ଶିକ୍ଷକ ହେମନ୍ତ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରୀ ରିଙ୍କି କଲେତ ଓ ଧରିତ୍ରୀ ଗୁରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସଭାକାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସହଯୋଗ କରିଥିଲେ ଅଧ୍ୟାପକ ସୁନୀଲ ପାଣିଗ୍ରାହୀ ଓ ବିଶ୍ଵନାଥ ବାଙ୍କ । ଏହି ସଭାକୁ ପରିଚାଳନା କରିଥିଲେ ସଂସ୍କୃତ ବିଭାଗ ବିଭାଗୀୟ ମୁଖ୍ୟ ନାରାୟଣ ମିଶ୍ର ଏବଂ ଶେଷରେ ଧନ୍ୟବାଦ କରିଥିଲେ ଓଡିଆ ବିଭାଗର ଅଧ୍ୟାପିକା ସଙ୍ଘମିତ୍ରା ସାହୁ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା,ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post