ଆଦର୍ଶ ଗାଁରେ ରାସ୍ତା ନାହିଁ

5

 ଜଗତସିଂହପୁର ତା -୧/୮/୨୦୨୪ ସୁମନ୍ତ କୁମାର ଦାସ; ଆଦର୍ଶ ଗାଁ କହି କହି ଖାଇଗଲେ କୋଟି କୋଟି ଟଙ୍କା। କେଉଁଠି ପାନୀୟ ଜଳର ଅସୁବିଧା ତ କେଉଁଠି ରାସ୍ତାଘାଟ ର ସମସ୍ୟା , ଆଉ କେଉଁଠି ଫଲ୍ସ ଫଳକ ମାରି କୋଟି କୋଟି ଟଙ୍କାର ହରିଲୁଟ। ବିଗତ ଦୁଇ ବର୍ଷ ତଳେ ଏହି ଗାଁ କୁ ଦିଆଯାଇଥିଲା ଆଦର୍ଶ ଗାଁ ର ସମ୍ମାନ। କିନ୍ତୁ ଏ ଆଦର୍ଶ ଗାଁ କୁ ଯାଇପାରୁନି ଗୋଟିଏ ଆମ୍ବୁଲାନ୍ସ। ଦର୍ଶକ ବନ୍ଧୁ, ଇଏ ହେଉଛି ଜଗତସିଂହପୁର ସଦର ବ୍ଲକ ଅନ୍ତର୍ଗତ ଅଳା ଗ୍ରାମପଞ୍ଚାୟତର ଚାନ୍ଦଗଡ ଅଞ୍ଚଳର କଥା। ଏହି ଗାଆଁରେ ନା ଅଛି ପିଇବା ପାଣିର ସୁବିଧା, ନା ଅଛି ରାସ୍ତା ଘାଟର ସୁବିଧା । ବର୍ଷା ଦିନ ଆସିଲେ ଏ ଅଞ୍ଚଳର ଲୋକମାନଙ୍କ ର ଭାଳେଣୀ ପଡ଼ିଯାଏ। ଯଦି ଗୋଟିଏ ରୋଗାକ୍ରାନ୍ତ ଲୋକକୁ ଆମ୍ବୁଲାନ୍ସ ସହାୟତା ରେ ମେଡିକାଲ ନେଇ ଯିବାକୁ ପଡ଼େ, ଗୋଟିଏ କିଲୋମିଟର ଦୁରରେ ଆମ୍ବୁଲାନ୍ସ ଛିଡା ହୁଏ ,ରୋଗୀକୁ ଟେକି ଟେକି ନେଇ ସେଠାରେ ପହଞ୍ଚନ୍ତି ଘର ଲୋକେ । ଇଏ କଣ ଆଦର୍ଶ ଗାଁର ସମ୍ମାନ । ବିନା ପିସି କାରବାରରେ ଏଠି ହେଉନାହିଁ କିଛି କାମ। ପିସି ନାହିଁ ତ କାମ ନାହିଁ। ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଦୃଶ୍ୟ ଦେଖାଇବାକୁ ଯାଉଛୁ, ଯାହାକି ସମ୍ପୁର୍ଣ୍ଣ ନ ଦେଖିଲେ ବିଶ୍ଵାସ କରିବେନି। ଏ ଗ୍ରାମ ହେଉଛି ଅଳା ପଞ୍ଚାୟତର ଅତି ନିକଟତର ବୁଢାବାଗ ଗ୍ରାମ । ଆଉ କିଛି ଦିନ ପରେ ଦେଶ ସ୍ବାଧୀନ ହେବା ୭୭ବର୍ଷ ପୁରି ୭୮ ବର୍ଷ ଚାଲିବ । କିନ୍ତୁ ଏ ଗାଁ କୁ ଗମନାଗମନ ପାଇଁ ଆଜି ପର୍ଯ୍ୟନ୍ତ ହୋଇ ପାରିଲାନି ଖଣ୍ଡେ ଭଲ ରାସ୍ତା। ବର୍ଷା ଦିନ ଆସିଲେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ। ଆଣ୍ଠୁଏ ଆଣ୍ଠୁଏ କାଦୁଅ ରେ ପଶି ଯିବା କୁ ପଡୁଛି ଏମାନଙ୍କୁ । ଏହି ଗ୍ରାମର ଛୋଟ ଛୋଟ ପିଲାମାନେ ମଧ୍ୟ ସ୍କୁଲ୍ କୁ ପାଠ ପଢ଼ିବାକୁ ଯିବା ସମୟରେ ବହୁତ ଥର ସାଇକେଲ ରୁ ପଡ଼ି ଖଣ୍ଡିଆ ଖାବରା ମଧ୍ୟ ହୋଇଛନ୍ତି।ବାରମ୍ବାର କହି କହି ସରପଞ୍ଚ ବାବୁ ଶୁଣୁ‌ନାହାନ୍ତି ବୋଲି ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ଯଦି ଏହି ବୁଢାବାଗ ଗ୍ରାମ ପ୍ରତି ସରପଞ୍ଚ ଯଥାଶୀଘ୍ର କିଛି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ ଗେଟ୍ ରେ ତାଲା ପକାଇଦେବୁ ବୋଲି ଗ୍ରାମବାସୀମାନେ ପୁର୍ଣ୍ଣ ଚେତାବନୀ ଦେଇଛନ୍ତି। ଶେଷରେ ଜଗତସିଂହପୁର ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସଙ୍କୁ ସମସ୍ତ ଗ୍ରାମବାସୀ ହାତଯୋଡି ଅନୁରୋଧ କରି କହିଛନ୍ତି, ଏହି ୧୨ ନମ୍ବର ୱାର୍ଡ ବୁଢାବାଗ ଗ୍ରାମ କୁ ଟିକେ ଦୁର ଦୃଷ୍ଟି ପକାଇ ଗୋଟେ ଭଲ ପକ୍କା ରାସ୍ତା ଟିଏ କରେଇ ଦେଲେ ଆମ୍ଭେମାନେ ଚିର ରୁଣି ହୋଇ‌ରହିବୁ । ଦେଖିବାକୁ ବାକି ରହିଲା, କେବେ ଏହି ଗ୍ରାମ ପ୍ରତି ପ୍ରଶାସନ ଦୃଷ୍ଟି ପକାଉଛି।

Leave A Reply

Your email address will not be published.