ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବର୍ତ୍ତମାନ ର ଭାରତ କୁ ଡିଜିଟାଲ ଭାରତ ବୋଲି କୁହାଯାଉଛି । ଡିଜିଟାଲ ଭାରତ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଏହା ସଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ରାୟଗଡା ଜିଲ୍ଲା ଗୁଣୁପୁର ରେ ଏବେ ଦେଖା ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏଟିଏମ୍ ମେସିନ ସମସ୍ୟା । ଲୋକେ ଟଙ୍କା ପାଇଁ ବ୍ୟାଙ୍କ ନ ଆସି ହାତ ପାହାନ୍ତା ରେ ଏଟିଏମ୍ ମେସିନ ରୁ ଟଙ୍କା ଉଠାଇବା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସେବା ପାଇଁ ଗ୍ରାହକଙ୍କ ଠାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ମଧ୍ୟ ନେଉଛନ୍ତି । ସେବା ପାଇଁ ଯେତିକି ଚାର୍ଜ କର୍ତ୍ତୃପକ୍ଷ ନେଉଛନ୍ତି ସେହି ପରିମାଣରେ ସେବା ଯୋଗାଇବା ରେ ବିଫଳ ହୋଇଛନ୍ତି । ଗୁଣୁପୁର ସହରରେ ଏସ ବି ଆଇ ଏଟିଏମ୍ ମେସିନ ୮ ଗୋଟି ରହିଛି । ଏଥି ମଧ୍ୟରୁ କୌଣସି ଗୋଟିଏ ବି ଏଟିଏମ୍ ସଠିକ ଭାବେ କାର୍ଯ୍ୟ କରୁନାହିଁ । ପ୍ରାୟ ଅଧିକାଂଶ ମେସିନ ରେ ଟଙ୍କା ରଖାଯାଉ ନାହିଁ । ଆଉ କିଛି ଏଟିଏମ୍ ଭଙ୍ଗା ଦଦରା ହୋଇ ପଡି ରହିଛି । କେଉଁଠି ଏସି ନାହିଁ ତ ଆଉ କେଉଁଠି ଅଫ ଲାଇନ ମୋଡ଼ ରେ ରହୁଛି । ସେହିଭଳି ପୂର୍ବରୁ ପ୍ରତ୍ୟେକ ଏଟିଏମ୍ ରେ ସୁରକ୍ଷା କର୍ମୀ ରହୁଥିବା ବେଳେ ଏବେ ଗୋଟିଏ ଦୁଇଟି ସ୍ଥାନ ରେ ଅଛନ୍ତି । ଟଙ୍କା ଡିପୋଜିଟ ମେସିନ ଆଗରୁ ଦୁଇଟି ସ୍ଥାନରେ ଥିବା ବେଳେ ଏବେ ଗୋଟିଏ ସ୍ଥାନ ରେ ହିଁ ରହିଛି । ଏଭଳି ସମସ୍ୟା ଗତ ତିନି ଚାରି ମାସ ଧରି ଲାଗି ରହିଛି । ଲୋକେ ଟଙ୍କା ଉଠାଇବା ପାଇଁ ଗୋଟିଏ ଏଟିଏମ୍ ରୁ ଅନ୍ୟ ଗୋଟିଏ ଏଟିଏମ୍ କୁ ଘୁରି ବୁଲି ନୟାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଦୂର ଦୁରାନ୍ତ ରୁ ଆସିଥିବା ଲୋକେ କିମ୍ବା ଜରୁରୀ କାଳୀନ ଆବଶ୍ୟକତା ବେଳେ ମେସିନ ରେ ଟଙ୍କା ନ ଥିବା କିମ୍ବା ଅଫ ଲାଇନ ରହୁଥିବା ରୁ ଗ୍ରାହକ ହୀନସ୍ତା ଭୋଗୁଛନ୍ତି । ତେବେ ଗ୍ରାହକ ଙ୍କୁ ଠାରୁ ମୋଟା ଅଙ୍କର ଚାର୍ଜ ନେଉଥିବା ଏସ ବି ଆଇ ଏଭଳି ଦାହନୀୟ ଅବସ୍ଥା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।