ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଞ୍ଚଳର ଯୁବ କଳାକାର ବରିଷ୍ଠ ହାସ୍ୟ ଅଭିନେତା ତଥା ପ୍ରତିଷ୍ଠିତ ପୁରୋହିତ ପଞ୍ଚାନନ ପତିଙ୍କ ଅକାଳ ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା ।ସେ ଏକାଧାରରେ ଜଣେ ପୁର୍ବତନ ଯାତ୍ରା ହାସ୍ୟ ଅଭିନେତା, ପ୍ରତିଷ୍ଠିତ ପୁରୋହିତ ଓ ପ୍ରସିଦ୍ଧ ମାଁ ବ୍ରାହ୍ମଣ ଦେବୀ ଯାତ୍ରାର ମୁଖ୍ୟ ସେବକ ଥିଲେ । ପୁର୍ବରୁ ବିଭିନ୍ନ ଯାତ୍ରାରେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରି ପ୍ରସିଦ୍ଧି ଲାଭ କରିଥିଲେ ।ପରେ ଯାତ୍ରା ଅଭିନୟ ଛାଡି ଅଞ୍ଚଳରେ ବେଲଗୁଣ୍ଠା ସମେତ ବିଭିନ୍ନ ଦଣ୍ଡ ଯାତ୍ରାର ସାମାଜିକ ନାଟକରେ ଅଭିନୟ ଜାରି ରଖିଥିଲେ ।ଏଥି ସହିତ ବିଭିନ୍ନ ଅଞ୍ଚଳରେ ଯଜମାନ ପୁରୋହିତ ରୁପେ ପରିଚିତ ଥିଲେ ।ଏଥି ସହିତ ବେଲଗୁଣ୍ଠା ୟୁନାଇଟେଡ଼ କ୍ଳବ ୯୯ ର ସଦସ୍ୟ ଥିଲେ । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ ।
ଆଜି ଘରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବେଲଗୁଣ୍ଠା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି ।
ତାଙ୍କ ମୃତ୍ୟୁରେ ବେଲଗୁଣ୍ଠା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସ୍ୱର୍ଗତ ପତିଙ୍କ କୋଳିସାହି ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ କୋଳି ସାହି ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.