ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବିଲରେ ଚାଷ କରିବା ସମୟରେ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଆହତ ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ମାଟିଆ ସାହି ଗ୍ରାମର ସୁବାଷ ନାଇକ ନିଜ ବିଲରେ କାମ କରିବା ସମୟରେ ବିଲ ଉପର ଦେଇ ଯାଇଥିବା ୧୧କେଭି ତାର ଉପରେ ଚଢେଇ ପଲ ବସିବା ଫଳରେ ତାରରେ ସର୍ଟସର୍କିଟ ହୋଇ ସୁବାସ ଉପରେ ନିଆଁ ଝୁଲ କାନ୍ଧ ଓ ଡାହାଣ ହାତରେ ପଡି ଗଭୀର ଆଘାତ ହୋଇଥିଲେ। ବିଲରେ କାମ କରୁଥିବା ଅନ୍ୟଚାଷୀ ମାନେ ସାଙ୍ଗେ ସାଙ୍ଗେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିର୍ସା ପାଇଁ ପଠେଇଥିଲେ। ବିଭିନ୍ନ ଚାଷୀ ସଂଗଠନ ସରକାରୀ ସହାୟତା ପାଇଁ ଦାବି କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.