ପଦ୍ମପୁର :- ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ନନ୍ଦିନୀ ମିଶ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ । ପୂର୍ବତନ ଶିକ୍ଷକ ଶ୍ରୀ ଟିକେଲାଲ୍ ସାହୁ, ଅତିଥି ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ବେହେରା,ପରିଚାଳନା କମିଟିର ସଭାପତି ଶ୍ରୀ ଭୁମନ୍ୟୁ ସାହୁ ଉପସ୍ଥିତ ଥିଲେ ଏବଂ ଶ୍ରୀମତୀ ମିଶ୍ରଙ୍କ ଗୁଣଗାନ କରିଥିଲେ। ଶ୍ରୀମତୀ ମିଶ୍ର ଜଣେ ମେଳାପୀ ତଥା ଛାତ୍ର ବତ୍ସଳା ଓ ସୁବକ୍ତା ଥିଲେ।ଛାତ୍ରୀ ମାନଙ୍କ ଦ୍ବାରା ବିଦାୟ ସଙ୍ଗୀତ ଗାନ କରାଯାଇଥିଲା ଓ ମାନପତ୍ର ସହ ଉପଢୌକନ ଦେଇ ଶ୍ରୀମତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ କାର୍ଯ୍ୟକ୍ରମଟିର ସଂଯୋଜନା କରିଥିବା ବେଳେ ଶ୍ରୀ ଚନ୍ଦ୍ରଭାନୁ ବଡଗୁଛିଆ ଓ ଶ୍ରୀ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post