ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଚଳିତ ମାସ ଦଶ ତାରିଖରୁ ଓଡ଼ିଶା ସରକାରଙ୍କ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ଫାଇଲେରିଆ ନିରକାରଣ ଅଭିଯାନ ଆରମ୍ଭ ହୋଇଥିବା ବେଲଗୁଣ୍ଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ଭର ମହାପାତ୍ର, ପୂର୍ବତନ ସଭାପତି ଅଭିମନ୍ୟୁ ପଟ୍ଟନାୟକ,ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ରଜନୀକାନ୍ତ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ବିଜୟ ସାମଲ ସାନିଟେସନ୍ ଏକ୍ସପର୍ଟ୍ ଜି ପ୍ରବୀଣ କୁମାର,ମୁକ୍ତା ଆକାଉଣ୍ଟାଣ୍ଟ୍ କ୍ଷୀରୋଦ କୁମାର ବେହେରା, ପଦ୍ମନାଭ ପ୍ରଧାନ,ସାନିଟେସନ୍ ସୁପରଭାଇଜର ଶିବରାମ ଚୌଧୂରୀ ପ୍ରମୁଖ ଉପସ୍ଥିତ ରହି ଔଷଧ ସେବନର ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ I କାର୍ଯ୍ୟକ୍ରମରେ ମହିଳା ସ୍ୱାସ୍ଥ୍ୟକର୍ମୀ ବବିତା ପତି,ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମାନସୀ ଦାସ, ସାମାଜିକ କର୍ମୀ ରାହୁଲ୍ ବେହେରା, ଆଶାକର୍ମୀ ସୁଷମା ସେଠୀ, ସାବିତ୍ରୀ ନାଇକ ପ୍ରମୁଖ ଔଷଧ ବଣ୍ଟନ କରିବା ସହିତ ଏହାର ସେବନ ବିଧି ସମ୍ପର୍କରେ ବୁଝାଇଥିଲେ I ଔଷଧର କୌଣସି ପାର୍ଶ୍ଵପ୍ରତିକ୍ରିୟାକୁ ଅଯଥା ଭୟ ନକରି ଔଷଧ ବଣ୍ଟନ କରାଯାଇଥିବା ସ୍ଥାନରେ ହିଁ ସମସ୍ତେ ଏକା ସାଙ୍ଗରେ ଔଷଧ ସେବନ କରିବାପାଇଁ ପରାମର୍ଶ ଦେବା ସହିତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ତଦାରଖ କରିଥିଲେ I
Sign in
Sign in
Recover your password.
A password will be e-mailed to you.