ହରଡ଼ଘଣାରେ ଖଲିକୋଟ ୩୩ କେଭି / ୧୧କେଭି ର ଟ୍ରାନସ୍ଫରମର ମେସିନ ।

5

 (ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ): ଖଲ୍ଲିକୋଟ ର ଶ୍ରୀ ମର୍ଦ୍ଦରାଜ ହାଇସ୍କୁଲର ସମ୍ମୁଖ ରେ ଅବସ୍ଥିତ “ପାୱାର ହାଉସ୍ ” । ପୁଣି ପାର୍ଶ୍ୱରେ ଅଛି ଶ୍ରୀ ଅରୋଵିନ୍ଦ ପାଠଚକ୍ର। ଏସବୁକୁ ଆଚ୍ଛାଦିତ କରି ରଖିଛି ଫୁଡ୍ କୋର୍ଟ। ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ତିଆରି ହୋଇଛି ଫୁଡ୍ କୋର୍ଟ । ମାତ୍ର ଏଯାବତ୍ ଖୋଲାଯାଇ ପାରିନଥିବା ଫୁଡ୍ କୋର୍ଟ ରହିଛି ରହସ୍ୟ ଘେରରେ । ଖବର ନେବାରୁ ଜଣାପଡିଛି ଯେ, ଉକ୍ତ ଫୁଡ୍ କୋର୍ଟ ପଞ୍ଚଚାଳିଶି ଲକ୍ଷ ବ୍ୟୟରେ ତିଆରି ହୋଇଛି।
ଏଣେ ବିଲ୍ ପ୍ରସ୍ତୁତି ହୋଇ ପାରୁନଥିବାରୁ ଏନ୍ ଏ ସି ଅଫିସରେ ଚାଲିଛି ଛକାପଞ୍ଝା। ଏ ସଂକ୍ରାନ୍ତରେ କହିବାକୁ ଗଲେ, ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ ଥିଲା ଠାରୁ ଖୋଲା ଯାଗା ଥିଲା । ଏଵେ ତାହା ଫୁଡ୍ କୋର୍ଟ ହୋଇ ଥିବା ଜଣାପଡ଼ିଛି । ଦୈବାତ୍ ଯଦି ୩୩କେଭି ଟ୍ରାନସ୍ଫରମେସିନ / ୧୧ କେଭି ଟ୍ରାନସ୍ଫରମେସିନ ଖରାପ ହୋଇଯାଏ , ତାହା ହେଲେ ଉକ୍ତ ମେସିନ୍ ବାହାର କରିବାଲାଗି ବହୁତ ଅସୁବିଧା ହେବ ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ବୋଲି ଜଣାପଡିଛି।
କୋୖଣସି ପରିସ୍ଥିତିରେ ମେସିନ୍ ଵାହାରି ପାରିବ ନାହିଁ । ଯାହା ଫଳରେ କି ବିଦ୍ୟୁତ୍ ଉପରେ ନିର୍ଭରକରୁ ଥିବା ଖଲ୍ଲିକୋଟ ଅଞ୍ଚଳ ର ଜନସାଧାରଣ ତଥା ଅନ୍ୟାନ୍ୟ ଅଞ୍ଚଳ ରେ ଥିବା ବାସିନ୍ଦା ମାନେ ନାହିଁ ନଥିବା ଅସୁବିଧାର
ସମୁଖୀନ ହେବେ ବୋଲି ଜଣାପଡିଛି

Leave A Reply

Your email address will not be published.