ରାଉରକେଲା(ବସନ୍ତ କୁମାର ଜେନା) : ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ବିଭୁ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅଗଷ୍ଟ ୧୦ ତାରିଖ ସକାଳ ସାଢେ ୮ଟାରେ ମହାବିଦ୍ୟାଳୟର ପରିସରରେ ବୃକ୍ଷରୋପଣ କରାଯିବ। ଏହି କାର୍ଯ୍ୟକ୍ରମରେ ଡିଏଫଓଙ୍କ ସହାୟତା ଲୋଡାଯାଇ ଅନ୍ୟୂନ ୧୦୦ଟି ଔଷଧୀୟ ଚାରା ରୋପଣ ସହ ଏଥିରେ ଟି ଗାଁର୍ଡ ଦିଆଯାଇ ସୁରକ୍ଷିତ କରାଯିବ ବୋଲି ନିଷ୍ପତି ହୋଇଛି। ସେହିପରି ଆସନ୍ତା ନଭେମ୍ବର ମାସରେ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ, ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ହ୍ବାଟ୍ସଅପ୍ ଗୃପ କରାଯିବ। ଅଧିକରୁ ଅଧିକ ପୁରାତନ ଛାତ୍ର ଛାତ୍ରୀଙ୍କୁ ଏଥିରେ ଯୋଡିବା ପାଇଁ ପ୍ରୟାସ ହେବ। ଏଥିସହ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ଗଠନ କରାଯାଇ ବିଭିନ୍ନ ଦାୟିତ୍ଵ ବଣ୍ଟନ କରାଯିବ ବୋଲି ନିଷ୍ପତି ହୋଇଛି। କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରାଯିବା ପାଇଁ ମଝିରେ ଗୋଟିଏ/ ଦୁଇଟି ବୈଠକ କରାଯିବ। ଏହି ପ୍ରସ୍ତୁତି ବୈଠକରେ ପ୍ରାକ୍ତନ ଛାତ୍ର ସଂସଦ ର ସାଧାରଣ ସମ୍ପାଦକ ତଥା ଅଧ୍ୟାପକ ତ୍ରୈଲୋକ୍ୟ ନାଥ ପାଣ୍ଡେ, ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର , ସୁଦାମ ଦାଶ, ପଶୁପତିନାଥ ଚାଟାର୍ଜୀ, ଦେବାଶିଷ ମହାନ୍ତି , ଦେବବ୍ରତ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖି ବନ ମହୋତ୍ସବ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ଼ଃ ସମ୍ପାଦିକା ମହାନ୍ତି, ଅଧ୍ୟାପିକା ଡ଼ଃ ପ୍ରଜ୍ଞା ପରମିତା ପଣ୍ଡା, ଅଧ୍ୟାପକ ତନ୍ମୟ ରାଜ ପାଢ଼ୀ, ଅଧ୍ୟାପକ ଡ଼ଃ ଦିବ୍ୟେନ୍ଦୁ କୁମାର ପଣ୍ଡା, ମୁଖପାତ୍ର କୁଞ୍ଜବିହାରୀ ରାଉତ, ନରେଶ ମହାପାତ୍ର, ରଜନୀକାନ୍ତ ସାହୁ, ତାରିଣୀ କିଙ୍କର ଦାସ, ପ୍ରକାଶ ରାୟ ପ୍ରମୁଖ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିବା ପ୍ରତିଶ୍ରୁତି ଦେଇଥିଲେ। ଏହି ବୈଠକରେ ମନୋରଞ୍ଜନ ମହାନ୍ତି, ଲକ୍ଷ୍ମୀପ୍ରିୟା ସାହୁ, ସୁଜାତା ନାୟକ,ଅକ୍ଷୟ ଦାଶ, ଆୟୁଷ୍ମାନ ସାହୁ, ହୃଦୟ ରଞ୍ଜନ ମହାନ୍ତି, ଦେବକୀ କାରୁଆ, ରବିନ୍ଦ୍ର ବାଲମୁଚୁ, ନିତ୍ୟାନନ୍ଦ ବିଶୋଇ, ଦେବାଶିଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅଧ୍ୟାପିକା ଡ଼ଃ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post