କଟକ (ଶାସକ ପ୍ରଶାସକ ): ଅଭିଯୋଗ ପାଇବାର ୮ ଦିନ ମଧ୍ୟରେ ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ୮ ଜଣ କୁଖ୍ୟାତ ଚୋର ଓ ଡକାୟତ ଙ୍କୁ କାବୁ କରି ଜେଲ ପଠାଇଛି କଟକ କମିସନରେଟ ପୋଲିସ। ସୂଚନା ମୁତାବକ କିଛି ଦିନ ତଳେ,କଟକ ଶିଖରପୁର ର ରଞ୍ଜିତା ପୃଷ୍ଟି ନାମକ ବ୍ୟକ୍ତିଙ୍କ ଘର ଝରକା ଭାଙ୍ଗି ଦୁର୍ବୃତ୍ତ ମାନେ ୫-ଲକ୍ଷ ଟଙ୍କା ଓ ମୋବାଇଲ ଫୋନ ଚୋରି କରିଥିବା ନେଇ ମାଲଗୋଦାମ ଥାନା ରେ ଅଭିଯୋଗ ହୋଇଥିଲା। ଅନ୍ୟ ଏକ ଘଟଣା କ୍ରମରେ, ଜଗତପୁର ଗୋଲେଇ ଛକ ଅଞ୍ଚଳର ଜିତେନ୍ଦ୍ର ବସନ୍ତରା ନାମକ ବ୍ୟକ୍ତିଙ୍କ ଘରୁ ନଗଦ ୧୦-ହଜାର ଟଙ୍କା ଚୋରି ହୋଇଥିବା କଥା ଜଗତପୁର ଥାନାରେ ଅଭିଯୋଗ ହୋଇଥିଲା ଏବଂ ସେହିପରି ଘର ନିକଟରୁ ନିଜର ମାରୁତି ଅଲଟୋ କାର ଚୋରି ହୋଇଯାଇ ଥିବାର, ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ କଟକ କଲ୍ୟାଣୀ ନଗର ରେ ରହୁଥିବା ରାକେଶ ପୁତି ନାମକ ବ୍ୟକ୍ତି।
ଉପରୋକ୍ତ ସମସ୍ତ ଏତଲାକୁ ଗୁରୁତର ସହ ବିଚାର କରି କଟକ କମିସନରେଟ ପୋଲିସର ସମ୍ପୃକ୍ତ ଥାନା ପୋଲିସ୍ ଛାନଭିନ୍ କରି ସମସ୍ତ ଲୁଟେରା ଓ ଚୋରଙ୍କୁ କାବୁ କରିଛି। ଶିଖରପୁର ଚୋରି ଘଟଣାରେ ମାଲଗୋଦାମ ଥାନା ପୋଲିସ୍,ସ୍ଥାନୀୟ ଅଞ୍ଚଳର ଶଙ୍କର ବେହେରା ଓ ଶିବା ରାଓ ଏବଂ କଟକ ଟାଙ୍ଗି ଅଞ୍ଚଳର ଗୌତମ ପ୍ରଧାନ ନାମକ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଗୋଲେଇ ଛକ ଚୋରି ଘଟଣାରେ, କଟକ ପୀର ବଜାରର ମହମ୍ମଦ ରହୀମ୍ ଓ କେନ୍ଦ୍ରାପଡା ର କୈଳାସ ସ୍ୱାଇଁ ନାମକ ୨ ଜଣ ଡକାୟତଙ୍କୁ ଜଗତପୁର ଥାନା ପୋଲିସ୍ ଗିରଫ କରିଛି।ସେହିପରି କାର ଚୋରି ଘଟଣାରେ, ଜଗତସିଂହପୁର ର ରବିନ୍ଦ୍ର କୁମାର ନାଥ, ଜଟଣୀ ର ଶୁଭମ୍ ସାମନ୍ତରାୟ ଓ ଯାଜପୁର ର ସ୍ୱପ୍ନଜିତ ଦାଶ ନାମକ ୩ ଜଣ କୁଖ୍ୟାତ ଚୋର ଙ୍କୁ ମଧୁପାଟଣା ଥାନା ପୋଲିସ୍ ଧରିବାରେ ସଫଳ ହୋଇଛି। ଏ ସମସ୍ତଙ୍କ ଠାରୁ ମୋଟ ୯-ଗୋଟି ସ୍ମାର୍ଟ ଫୋନ, ନଗଦ ପ୍ରାୟ ସାଢେ଼ ୩-ଲକ୍ଷ ଟଙ୍କା, ଅପରାଧରେ ବ୍ୟବହୃତ ଲୁହା ରଡ୍ ଓ ଚୋରି ଯାଇଥୁବା ମାରୁତି କାର ଜବତ କରା ଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଏଡିସିପି ଶ୍ରୀ ଅନିଲ ମିଶ୍ର।
Sign in
Sign in
Recover your password.
A password will be e-mailed to you.
Next Post