ଜଗତସିଂହପୁର,ତା-୨୯.୦୭.୨୦୨୪/ସୁମନ୍ତ କୁମାର ଦାସ: ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ “ବିଶ୍ୱ ହେପାଟାଇଟିସ” ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି I ପ୍ରଥମେ ଏକ ସଚେତନତା ଶୋଭାଯାତ୍ରା ନର୍ସିଂ ଅଫିସର, ଷ୍ଟୁଡେଣ୍ଟ୍ ଓ ଷ୍ଟାଫମାନଙ୍କୁ ନେଇ ଡାକ୍ତରଖାନା ପରିସରରୁ ଟାଉନ ହଲ, ବଜ଼ାର ଦେଇ ସ୍ଲୋଗାନ ସହ ପଦକ୍ଷିଣ କରିଥିଲେ I ତା ସହିତ ଏକ ଡେ଼ଙ୍ଗୁ ,ମ୍ୟାଲେରିଆ, ଡାଇରିଆ ଓ ହେପାଟାଇଟିସ ସଚେତନତା ରଥ ଉଦଘାଟିତ ହୋଇ ଜଗତସିଂହପୁର ମୁନିସିପାଲିଟିର ୱାର୍ଡ ମାନଙ୍କରେ ସଚେତନତା ପ୍ରଚାର ନିମନ୍ତେ ପଠାଯାଇଥିଲା I ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ଏହି ଦିବସ ପାଳିତ ହୋଇଆସୁଅଛି I ଏହି ଦିନ ଡାକ୍ତର ବରୁଚ ବ୍ଳମ୍ବର୍ଗଙ୍କ ଜନ୍ମ ଦିବସ, ଯିଏକି 1967 ମସିହାରେ ହେପାଟାଇଟିସ ବି ଭାଇରସ ଆବିଷ୍କାର କରିଥିଲେ ଏବଂ ନୋବେଲ ପୁରସ୍କାର ମଧ୍ୟ ପାଇଥିଲେ I ଉକ୍ତ ସଭାରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଏହି ଦିବସ ପାଳନର ଉଦ୍ଦେଶ୍ୟ କେତେ ମୂଲ୍ୟବାନ ସେ ବିଷୟରେ ନିଜର ଅଭିଭାଷଣ ରଖିଥିଲେ।ଏ ବର୍ଷର ବାର୍ତ୍ତା ଥିଲା ; “ସମୟ ଆସିଛି କାମକରି ଦେଖାଇବାର” I ଏହି ରୋଗ ଲିଭରକୁ ଆକ୍ରାନ୍ତ କରେ, ପ୍ରତିବର୍ଷ 28 ତାରିଖ ଜୁଲାଇ ମାସକୁ ବିଶ୍ୱସାରା ଏକାଠି ହୋଇ ହେପାଟାଇଟିସ ର ପ୍ରତିରୋଧ ନିମନ୍ତେ ଗୋଟିଏ ବାର୍ତ୍ତାରେ ସଚେତନତା ସୃଷ୍ଟି କରନ୍ତି I ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ଯୋଗଦେଇ କହିଲେ ରକ୍ତ ଓ ରକ୍ତଜIତଦ୍ରବ୍ୟ ଦ୍ୱାରା ହେପାଟାଇଟିସ ବି ,ସି,ଡି ବ୍ୟାପିଥାଏ ଓ ହେପାଟାଇଟିସ ଏ ,ଇ ଦୂଷିତ ଖାଦ୍ୟ ଓ ଜଳଦ୍ୱାରା ବ୍ୟାପିଥାଏ I ହେପାଟାଇଟିସ ନିୟଂତ୍ରଣ ନିମନ୍ତେ ସରକାରୀ ସୁବିଧା ଓ ମାଗଣା ପରୀକ୍ଷା, ଚିକିତ୍ସା ବିଷୟରେ ଅବଗତ କରାଇଥିଲେ I ଏପିଡେ଼ମିଓଲୋଜିଷ୍ଟ ଡାକ୍ତର ସ୍ମୁତିରଞ୍ଜନ ପଣ୍ଡା ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ଏହି ରୋଗର କାରଣ ଓ ନିରାକରଣ ବିଷୟରେ ଅବଗତ କରାଇଥିଲେ I ସମସ୍ତ ଗର୍ଭବତୀ ମାଙ୍କ ହେପାଟାଇଟିସ ପରୀକ୍ଷା କରି ଚିକିତ୍ସା କରିବା ଯେପରି ଏହା କ୍ରନିକ ରୋଗରେ ପରିଣତ ନ ହୁଏ ,ଯାହାକି ପିଲା ଉପରେ ପ୍ରଭାବ ପକାଇଥାଏ I ପିଲା ଜନ୍ମର 24 ଘଣ୍ଟା ମଧ୍ୟରେ ହେପାଟାଇଟିସ ବି ଭ୍ୟାକସିନେସନ କରାଇବା ଜରୁରୀ ଅଟେ ବୋଲି ଦର୍ଶାଇଥିଲେ I ଡି.ପି.ଏମ. ଚକ୍ରଧର ଜେନା ହେପାଟାଇଟିସ ଭ୍ୟାକସିନେସନ ସମସ୍ତ ପିଲା ନେବା ଉଚିତ ଓ ଯେଉଁମାନେ ସେବା ଯୋଗାଉଛନ୍ତି ସେମାନେ ମଧ୍ୟ ପର୍ଯ୍ୟାୟକ୍ରମେ ଭାଇରସର ଲୋଡ ଅନୁସାରେ ଭ୍ୟାକସିନ ନେବା ଉଚିତ ବୋଲି ବକ୍ତବ୍ୟ ରଖିଥିଲେ I ଏସ .ଭି.ଏମ. ଅଟୋନମସ କଲେଜ ଓ କଦୁଆପଡା ମହିଳା ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା, ଏଥିରେ କୃତିତ୍ୱ ହାସଲ କରିଥିବା 7ଜଣ ପ୍ରତିଯୋଗୀଙ୍କୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତ୍ରୁଘନ ଦାଶ ଟ୍ରଫି ଓ ସାଟିଫିକେଟ ଦେଇ ପୁରସ୍କୃତ କରିଥିଲେ I ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ I ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଜ଼ିଲ୍ଲା ସ୍ତରରୁ ଡାକ୍ତର ବିବେକାନନ୍ଦ ପଣ୍ଡା, ବିଜୟଲକ୍ଷ୍ମୀ ସାହୁ, ଅସିତ ଦାଶ, ସ୍ୱସ୍ତି ମହାନ୍ତି , ଅନିତା ଦାଶ, ସମସ୍ତ ନର୍ସିଂ ଅଫିସର, ପ୍ରଭାସ ସାହୁ, ମହେନ୍ଦ୍ର ସାହୁ, ଅନିମା ବଳ, ରାଜେନ୍ଦ୍ର ସେଠି,ରାଜଶ୍ରୀ ସେଠି, ମହିମା ଓ ନାରାୟଣୀ ସ୍କୁଲ ଅଫ ନର୍ସିଂର ପ୍ରିନସିପାଲ, ଏବଂ ଛାତ୍ରଛାତ୍ରୀ, ଏସ.ଭି.ଏମ. ଓ ଗାଦିବ୍ରହ୍ମ କଲେଜର ଲେକଚର ଓ ଛାତ୍ରଛାତ୍ରୀ ମାନେ ଆଶାକର୍ମୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post