ଭଞ୍ଜନଗର { ଉଦୟନାଥ ପଣ୍ଡା }: ଆଜି ଜୁଲାଇ ମାସ ୨୯ ତାରିଖ ସୋମବାର ଦିନ ଅପରାହ୍ନ ୪ ଟା ୧୫ ମିନିଟ୍ ସମୟରେ ରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସଂପର୍କ ରେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଚଳିତ ୨୦୨୪ ସ୍ବାଧୀନତା ଦିବସ ପାଳନ ନେଇ ଉପଜିଲ୍ଲାପାଳ ଶ୍ରୀ ଅନିଲ ସେଠୀ ସମସ୍ତ ସଭ୍ୟ ସଭ୍ୟା ଙ୍କର ସହ ଯୋଗ କାମନା କରିବା ସହିତ ସମସ୍ତ ଙ୍କୁ ଶୁଭେଚ୍ଛା ଜଣାଇ ଥିଲେ। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଦିନ ପ୍ରତ୍ୟୁଷ ଘ ୫ :୩୦ ମି ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସହର ରେ ରାମଧୁନ୍ ପରିବେଷଣ କରାଯିବ। ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ଘ ୭:୩୦ ମି ରେ ପତାକା ଉତ୍ତୋଳନ କରିବେ । ସକାଳ ଘ ୯:୧୫ ମି ରେ ସ୍ଥାନୀୟ ଜେଲ ପଡ଼ିଆ ( କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମରେ )ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ଚଳିତ ବର୍ଷ ପ୍ୟାରେଡ୍ ରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ l ଏହା ସହ ଛାତ୍ରଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ପ୍ୟାରେଡ୍ ଅଭ୍ୟାସ ଆସନ୍ତା ୧୨.୦୮.୨୦୨୪ ଓ ୧୩.୦୮.୨୦୨୪ ରେ ସ୍ଥାନୀୟ ଜେଲ ଗ୍ରାଉଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବା ନିମନ୍ତେ ସ୍ଥିର କରାଯାଇଛି । ଏଥର ନୁତନ ଭାବରେ ବୈଠକ ରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କ ସହମତି କ୍ରମେ ଉପଖଣ୍ଡ ସ୍ଥ ଆଠ ଗୋଟି ବ୍ଳକ୍ ରୁ ଗୋଟିଏ ଗୋଟିଏ ଜାତିୟ ସମର ଶିକ୍ଷାର୍ଥୀ ବାହିନୀ ଦଳକୁ ପ୍ୟାରେଡ୍ ରେ ସାମିଲ କରାଯିବାର ବ୍ୟବସ୍ଥା ହୋଇଛି। ଏଥି ସହ ଓଡ଼ିଆ ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ ଓ ବ୍ରକ୍ତୃତା ପ୍ରତିଯୋଗିତା ଉପଖଣ୍ଡ ସ୍ତରୀୟ ଅନୁଷ୍ଠିତ ହେବ। ଚଳିତ ବର୍ଷ ଉପଖଣ୍ଡର ପ୍ରତି ବ୍ଲକ ରୁ ଗୋଟିଏ ଲେଖାଏଁ ପ୍ୟାରେଡ୍ ଟୃଫ୍ ଅଂଶଗ୍ରହଣ କରିବେ ବୋଲି ସ୍ଥିର କରାଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଭଂଜନଗର ତହସିଲଦାର ଉମାଶଙ୍କର ବେହେରା,ଭଞ୍ଜନଗର ଥାନାଧିକାରୀ କୁମାର ମୁଦୁଲି, ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍.ଧନଞ୍ଜୟଙ୍କ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ, ଏନ୍.ସି.ସି ଅଫିସର କେ.ଏ ସ.ୟୁ ବି କଲେଜ,ବଣିକ ସଂଘର ସଭାପତି ସମେତ ଭଞ୍ଜନଗର ର ବିଶିଷ୍ଟ ସମାଜସେବୀ ମୁରଲୀଧର ପଣ୍ଡା, କବିସମ୍ରାଟ ମିଡ଼ିଆକ୍ଳବ୍ ସଭାପତି ଓ ସମ୍ପାଦକ ଯଥା ପ୍ରଦିପ କୁମାର ସ୍ବାଇଁ, ଉଦୟନାଥ ପଣ୍ଡା,ଖୁଚୁରା ବ୍ୟବସାୟୀ ସଂଘ ର ସଭାପତି ଓ ସମ୍ପାଦକ,ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି,ସମସ୍ତ ସାମ୍ବାଦିକ,ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ଏହି ପ୍ରସ୍ତୁତି ବୈଠକ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ,ସୂଚନା ଲୋକ ସମ୍ପର୍କ ବିଭାଗର ପ୍ରଦୀପ କୁମାର ପାତ୍ର ଓ ତାରିଣି ସାହୁ ସହଯୋଗ କରିଥିଲେ,ଶେଷରେ ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶତପଥୀ ସମସ୍ତ ଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।