ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ରବିବାର)ଅପରାହ୍ନରେ ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ଜୟ ବୀର ହନୁମାନ ଧ୍ୟାନ ପୀଠ ପରିସରରେ ଆବାହକ ଅମିତ୍ କୁମାର ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଚତୁର୍ଥ ପର୍ଯାୟ ବୈଠକରେ ଗଜପତିର କରଣ ମହାସଂଘର ପ୍ରଗତି , ଉନ୍ନତି , ବିକାଶ ନିମନ୍ତେ ସମସ୍ତେ ଏକତା ସହ କାମକରିବା ଏବଂ ଅନୁଷ୍ଠାନର ପଞ୍ଜୀକରଣ ପାଇଁ ଅଗ୍ରସର ହେବାକୁ ପ୍ରସ୍ତୁତି ହୋଇଥିଲା।
ଏହି ଅବସରରେ ନିମ୍ନ ବ୍ୟକ୍ତି ବିଶେଷ ଗଣ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।
ସଭାପତି ଭେଙ୍କେଟେଶ୍ୱର ପଟ୍ଟନାୟକ , ଉପ ସଭାପତି ଅମୂଲ୍ୟ ପାତ୍ର ଓ ଇନ୍ଦିରା ପଟ୍ଟନାୟକ , ମୁଖ୍ୟ ସମ୍ପାଦକ ଅମିତ୍ କୁମାର ପଟ୍ଟନାୟକ , ସମ୍ପାଦକ ଅରୁପାଞ୍ଜଳି ମହାନ୍ତି , ସହ ସଂପାଦକ ମାତଙ୍ଗିନୀ ଗୁରୁ , କୋଷାଧ୍ୟକ୍ଷ ହରିହର ପଟ୍ଟନାୟକ ରହିଥିବାବେଳେ ଉପଦେଷ୍ଟା ତଥା ଆଇନ ପରାମର୍ଶ ଦାତା ଭାବେ ଡ.ଭୁବନେଶ୍ୱର ପଟ୍ଟନାୟକ , ଉପଦେଷ୍ଟା ଭାବେ ବିଚିତ୍ରାନନ୍ଦ ବେବର୍ତ୍ତା , ହରୀମୋହନ ପଟ୍ଟନାୟକ , କେପ୍ଟେନ ମାଳିକାର୍ଜୁନ ପଟ୍ଟନାୟକ , ସୁଧୀର କୁମାର ପଟ୍ଟନାୟକ , ଶରତ ଚନ୍ଦ୍ର ପାତ୍ର , ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ , ନେତ୍ରାନନ୍ଦ ପଟ୍ଟନାୟକ ଦାୟୀତ୍ବ ନେଲେ।
ଏତଦ୍ ବ୍ୟତୀତ ଏଗାର ଜଣ ସଭ୍ୟ/ସଭ୍ୟା ମଧ୍ୟ ରହିଲେ। ଏମାସରେ ଅନୁଷ୍ଠାନ ର ପଞ୍ଜୀକରଣ ପାଇଁ ପଦକ୍ଷେପ ନେବାପାଇଁ ସ୍ଥିର କରାଯାଇଥିଲା। ଶେଷରେ ଅରୁପାଞ୍ଜଳି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ଭେଙ୍କେଟେଶ୍ଵର ପଟ୍ଟନାୟକ ସଭା ସାଙ୍ଗ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.