ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବ ୩୫ ତମ ଅଧିଷ୍ଠାନ ଉତ୍ସବ

3

ନୟାଗଡ଼ (ବିଶ୍ୱଜିତ ନାୟକ): ନୟାଗଡ଼ ଜିଲ୍ଲା ରୋଟାରୀ କ୍ଲବ ୩୫ ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ପୂର୍ବତନ ସଭାପତି ଆରିଫ ଖାନ, ପୂର୍ବତନ ସମ୍ପାଦକ ଶ୍ରୀଧର ସାହୁ ରୋଟାରୀ ଦ୍ଵାରା କରାଯାଉଥିବା ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଗାମୀ ଦିନରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ। ଆଜିର ଅଧିଷ୍ଠାନ ଉତ୍ସବରେ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ସମ୍ପାଦକ ଭାବେ ଶିକ୍ଷାବିତ ଅବିନାଶ ସାହୁ ଦାୟିତ୍ଵ ଗ୍ରହଣ କରିଥିଲେ। ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ନୂତନ ସଭାପତି ଓ ସମ୍ପାଦକ ସୂଚନା ଦେଇଥିଲେ। ଧୀରେନ୍ଦ୍ର ପଟ୍ଟନାୟକଙ୍କୁ ଶ୍ରେଷ୍ଠ ରୋଟାରୀଆନ୍ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ବହୁ ରୋଟରିଆନ, ସାମ୍ବାଦିକ ଯୋଗଦେଇଥିଲେ।

Leave A Reply

Your email address will not be published.