ଜଳଭାର ଧରି ଯାଉଥିଲେ, ବାଟରେ ଚେତାଶୂନ୍ୟ ହୋଇ ପ୍ରାଣ ହାରିଲେ କାଉଡିଆ

5

ନୟାଗଡ଼ (ବିଶ୍ୱଜିତ ନାୟକ) – ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଯୋଗିଆପଲ୍ଲୀ ନିକଟରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ ସଦରଥାନା ଅନ୍ତର୍ଗତ ହୀରଦେଇପୁର ଗ୍ରାମର ବୃନ୍ଦାବନ ସ୍ଵାଇଁ। ସେ କଣ୍ଟିଲୋ ମହାନଦୀରୁ ଜଳଭାର ଧରି ମାଳିସାହି ଗତିଶ୍ୱର ପୀଠ ଅଭିମୁଖେ ଆସୁଥିଲେ। ଯୋଗିଆପଲ୍ଲୀ ନିକଟରେ ସେ ଅଚେତ ହୋଇଯାଇଥିଲେ। ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.