ଏସ୍ ୟୁ ଜେ ଝାରସୁଗୁଡ଼ା ଶାଖାର ପଶ୍ଚିମ ଓଡିଶା ସମାବେଶ

5

( ନିରୋଜ କୁମାର ମିଶ୍ର ବଲାଙ୍ଗୀର ): ଆଜି ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ (ଏସ୍ ୟୁ ଜେ) ଝାରସୁଗୁଡ଼ା ଶାଖା ତରଫରୁ ପଶ୍ଚିମ ଓଡିଶା ସମାବେଶ ଓ State Level Media Conclave-2024 ଅନୁଷ୍ଠିତ ହୋଇଯାଇଛି l ଏସ୍ଏ ୟୁ ଜେ ରାଜ୍ୟ ସଭାପତି କୈଳାଶ ନାଏକ ଙ୍କ ସଭପତିତ୍ବରେ ସ୍ଥାନୀୟ ମେ ଫେୟାର୍ ହୋଟେଲ ଠାରେ ଅନୁଷ୍ଠିତ ସମାବେଶର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବେ ରାଜ୍ଯ ରାଜସ୍ଵ ମନ୍ତ୍ରୀ ସୁରେଶ ପୁଝାରୀ ଯୋଗ ଦେଇ ନିଜ ବକ୍ତବ୍ୟରେ ଶିଳ୍ପାୟନ ଯୋଗୁଁ ନିଯୁକ୍ତି ବଢ଼ିଛି କିନ୍ତୁ ବିସ୍ଥାପିତଙ୍କ କ୍ଷତିପୂରଣ ଜନିତ ସମସ୍ୟା ବୃଦ୍ଧି ପାଇଛି ବୋଲି କହିଥିଲେ l ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି ଶ୍ରୀ ପୁଝାରୀ କହିଥିଲେ l ଅନ୍ୟତମ ଅତିଥି ଭାବେ ଝାରସୁଗୁଡ଼ା ବେଦାନ୍ତ ର ସି ଇ ଓ. ଅଜୟ ପାଣ୍ଡେ, ଏସ୍ ୟୁ ଜେ ରାଜ୍ଯ ଉପସଭାପତି ଜିଲ୍ଲା ମେହବୁବ ମହତlବ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ l ମୁଖ୍ୟ ବକ୍ତା ଭାବରେ ସମ୍ବଲପୁର ଆଇ ଆଇ ଏମ୍ ର ପ୍ରଫେସର ଡ. ସୁଜିତ୍ ପୃସେଠ୍ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ l ‘ସହନୀୟ ବିକାଶର ଆହ୍ବାନ ପାଇଁ ଗଣମାଧ୍ୟମ ସଂସ୍ଥାଙ୍କ ଭୂମିକା’ ଶୀର୍ଷକ ବିଷୟ ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ଏସ୍ ୟୁ ଜେ ର ରାଜ୍ଯ ସାଧାରଣ ସଂପାଦକ ପ୍ରଶାନ୍ତ ପାଢ଼ୀ, ଏସ୍ଟ୍ରି ୟୁ ଜେ ଟ୍ରିବ୍ୟୁନାଲ ମୁଖ୍ୟ ସନ୍ତୋଷ ମିଶ୍ର, ଅନୀଲ ସିଂହ, ନିରଞ୍ଜନ ଦାସ ପ୍ରମୂଖ ମଞ୍ଚାସୀନ ଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କିଛି ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ସଭାକୁ ଝାରସୁଗୁଡ଼ା ଜିଲ୍ଲା ସଭାପତି ସୁଭାଷ ପ୍ରଧାନ ସଂଯୋଜନା କରିଥିଲେ l ଶେଷରେ ଏସ୍ ୟୁ ଜେ ର ସଭ୍ଯ ରବି କୁମାର ଧନ୍ୟବାଦ ଅର୍ପଣ କରିଥିଲେ l ସମାବେଶ ର ଦ୍ଵିତୀୟ ଅଧିବେଶନରେ ଏସ୍ ୟୁ ଜେ ର ସାଙ୍ଗଠନିକ ବିଷୟ ଉପରେ ଆଲୋଚନା ହୋଇଥିଲା l

Leave A Reply

Your email address will not be published.