ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଳାଶପଲ୍ଲୀ ସ୍ଥିତ କେଶବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଗୌଡ଼ ଏବଂ ରଞ୍ଜିତ୍ କୁମାର ପାତ୍ରଙ୍କ ପ୍ରଚେଷ୍ଟାରେ ବିଦ୍ୟାଳୟ ତରଫରୁ ଗ୍ରାମକୁ ସବୁଜିମା କରିବା ପାଇଁ ପ୍ରୟାସ କରାଯାଇଛି I ବିଦ୍ୟାଳୟ ସ୍ତରୀୟ ଶିକ୍ଷା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସହିତ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ , ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ,ଗ୍ରାମରେ ପରିବେଶ ସଚେତନତା ଶୋଭାଯାତ୍ରା ଏବଂ ପ୍ରତ୍ଯେକ ଘରକୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ସବୁଠାରୁ ଆକର୍ଷଣୀୟ ଥିଲା ଗତ ଦଶମ ଶ୍ରେଣୀ ପରୀକ୍ଷାରେ 548 ମାର୍କ୍ ରଖି ଏ ୱାନ୍ ଗ୍ରେଡ୍ ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ପ୍ରୟାସୀ ପ୍ରଜ୍ଞl ଲେଙ୍କାଙ୍କ ନିଆରା ପ୍ରୟାସ I ପ୍ରୟାସୀ ଦଶମ ଶ୍ରେଣୀ ପରୀକ୍ଷାରେ ରଖିଥିବା 548 ମାର୍କ୍ ସହିତ ସମତୁଲ କରି 548 ଟି ଚାରା ରୋପଣ ପାଇଁ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ଗୌଡଙ୍କ ପରାମର୍ଶ କ୍ରମେ ଆଗେଇ ଆସିଥିଲେ I ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅଶୋକ କୁମାର ଗୌଡ଼ ଏବଂ ଗ୍ରାମ୍ୟ ସଭାପତି ତଥା ଶିକ୍ଷକ ରାଜ୍ କୁମାର ସ୍ଵାଇଁଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ଵୀରାଜ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ସମାଜସେବୀ ଶୂଳପାଣି ଶତପଥୀ,ଦକ୍ଷିଣ ଘୁମୁସର ବନଖଣ୍ଡ ସେକ୍ସନ ଅଧିକାରୀ ଅଶୋକ ସାହୁ,ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରିପାଠୀ,ଲାଠିପଡା ବନପାଳ ଅମ୍ରିତା ଜେନା, ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଅନୁଷ୍ଠାନ ପ୍ରଧାନ ଶିକ୍ଷକ ରଞ୍ଜିତ୍ କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା ସଭାପତି ସୁଦାମ ଚରଣ ଗୌଡ଼, ସମ୍ପାଦକ ଅଶୋକ ସ୍ଵାଇଁ,ଗ୍ରାମ ସମ୍ପାଦକ ଲମ୍ବୋଦର ବିଷୋୟୀ,ଶିକ୍ଷକ ତଥା ପ୍ରକୃତି ବନ୍ଧୁ ଦ୍ୱିତୀକୃଷ୍ଣ ଲେଙ୍କା,ଶିକ୍ଷୟିତ୍ରୀ ରେଶମା ସ୍ଵାଇଁ, ଶିକ୍ଷକ ଶିଶିର କୁମାର ସ୍ଵାଇଁ ପ୍ରମୁଖ ମଞ୍ଚାସୀନ ରହି ପ୍ରୟାସୀଙ୍କ ନିଆରା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ବୃକ୍ଷରୋପଣର ମହତ୍ତ୍ୱ ଏବଂ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ ବିଦ୍ୟାଳୟ ତରଫରୁ ଛାତ୍ରୀ ପ୍ରୟାସୀ ପ୍ରଜ୍ଞ ଲେଙ୍କାଙ୍କୁ ପ୍ରତିଭା ସମ୍ମାନ-2024 ଏବଂ ପ୍ରକୃତି ବନ୍ଧୁ ଦ୍ୱିତୀକୃଷ୍ଣ ଲେଙ୍କାଙ୍କୁ ପ୍ରକୃତି ପୂଜାରୀ-2024 ସମ୍ମାନରେ ସମ୍ମାନିତ କରାଯାଇଥିଲା I ଏହି ପ୍ରରିପ୍ରେକ୍ଷୀରେ ଆଜି ଆମ୍ବ, ନିମ୍ବ, ପିଜୁଳି, କରଞ୍ଜ, ଅଁଳା, ଶିଶୁ,ଶାଗୁଆନ୍, ବଉଳ ଭଳି ବିଭିନ୍ନ ରକମର ଚାରା ରୋପଣ କରାଯିବା ସହିତ ଗ୍ରାମରେ ଘରେ ଘରେ ଚାରା ବଣ୍ଟନ କରାଯାଇଥିଲା I ଏହା ସହିତ ଗତ କାର୍ଗିଲ୍ ବିଜୟ ଦିବସରେ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମରେ ଶିକ୍ଷକ ସଞ୍ଜୟ ମେହେର୍, କାହ୍ନୁ ଚରଣ ବିଷୋଇ, ଅଜୟ,ପ୍ରଦୀପ,ରୂପସ୍ୱୀନୀ, ଶିବାନୀ, ସମୀର୍, ସାଗର, ବନ କର୍ମଚାରୀ ଶିବରାମ ବିଷୋୟୀ,ମନୋଜ୍ ନାୟକ, ଶିବାନନ୍ଦ ଦଳାଇ, କାହ୍ନୁ ପାଳ, ନିରଞ୍ଜନ ସ୍ୱାଇଁ,ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ,ସ୍ୱାସ୍ଥ୍ୟକର୍ମୀ ପ୍ରିୟମ୍ବଦା ମହାନ୍ତି, ପ୍ରଫୁଲ୍ଲ ଚନ୍ଦ୍ର ଲେଙ୍କାଙ୍କ ସମେତ ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି,ଗ୍ରାମ୍ୟ କମିଟି,ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ I ଅନୁଷ୍ଠାନର ପ୍ରଧାନ ଶିକ୍ଷକ ରଞ୍ଜିତ୍ ପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post